//BREAKING//
Loading...

ରାଜଗୋପାଳ ପାଢ଼ୀଙ୍କୁ ଜାତୀୟ ନାଟ୍ୟ ବୈଭବୀ ସମ୍ମାନ ।

 





ବ୍ରହ୍ମପୁର--( ସ୍ୱତନ୍ତ୍ର ନ୍ୟୁଜ )ଅଲ ଇଣ୍ଡିଆ ଥିଏଟର କାଉନସିଲର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କୁ ଜାତୀୟ ନାଟ୍ୟ ବୈଭବୀ ସମ୍ମାନରେ ସମ୍ମାନୀତ କରାଯାଇଛି । କଟକ କଳା ବିକାଶ କେନ୍ଦ୍ର ପରିସରରେ ଅନୁଷ୍ଠିତ ସର୍ବଭାରତୀୟ ନାଟକ ଓ ନୃତ୍ୟ ପ୍ରତିଯୋଗିତାର ଉଦଘାଟନୀ ଦିବସରେ  ଜଣେ ନାଟ୍ୟ ସଂଗଠକ ଓ ନାଟ୍ୟ ନିର୍ଦ୍ଦେଶକ ଭାବେ ଶ୍ରୀ ପାଢ଼ୀଙ୍କୁ ଏହି ସମ୍ନାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଶ୍ରୀ ପାଢ଼ୀ ଯୋଗଦେଇ ଓଡ଼ିଶାରେ କଳାର ବିକାଶ ପାଇଁ ଅଲ ଇଣ୍ଡିଆ ଥିଏଟର କାଉନସିଲ ସମସ୍ତ ସହଯୋଗ କରିବ ବୋଲି କହିଥିଲେ । ଉଦଘାଟନୀ ଦିବସରେ ପ୍ରାକ୍ତନ ଆୟକର ବିଭାଗର ମୂଖ୍ୟ ଆୟୁକ୍ତ ପ୍ରଦୋଷ ଚନ୍ଦ୍ର ମହାନ୍ତି ଯୋଗଦେଇ ରାଜଗୋପାଳ ପାଢ଼ୀଙ୍କୁ ମୁକୁଟ,ଉତ୍ତରୀୟ,ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ ।  ଜାତୀୟ ନାଟ୍ୟ ବୈଭବୀ ସମ୍ମାନ ପାଇଥିବା ଶ୍ରୀ ପାଢ଼ୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe