//BREAKING//
Loading...

ପ୍ରାଚୀନ ସାହିତ୍ୟ ସଂସଦ ' ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଅନୁଷ୍ଠିତ.




ଆଜି  ତା଼ 18/6/ 2023  


(ସ୍ୱତନ୍ତ୍ର ନ୍ୟୁଜ ) ରିଖ ରବିବାର ଦିବା ୧୦ ଘଣ୍ଟା ସମୟରେ ଉତ୍କଳ ସମ୍ମିଳନୀ ନ୍ୟାସ ବ୍ରହ୍ମପୁର ଗଞ୍ଜାମର , ସମ୍ମିଳନୀ କକ୍ଷରେ   ' ପ୍ରାଚୀନ ସାହିତ୍ୟ ସଂସଦ ' ବ୍ରହ୍ମପୁରର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦଘାଟକ  ଓ ଆଲୋଚକ କୃଷ୍ଣ ଚନ୍ଦ୍ର ତ୍ରିପାଠି ପ୍ରାକ୍ତନ ପ୍ରଧାନ ଶିକ୍ଷକ , ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ,  ସମ୍ପାଦକ ବଂଶୀଧର ସେଠୀ ମଞ୍ଚସୀନ ହୋଇଥିଲେ।  ଆଲୋଚକ ଡକ୍ଟର କୃଷ୍ଣ ଚନ୍ଦ୍ର ତ୍ରିପାଠି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବଳଦେବ ରଥ ଗଞ୍ଜାମ ମାଟିର ଅମୃତ ସନ୍ତାନ। "ଓଡ଼ିଆ କୃଷ୍ଣ ସାହିତ୍ୟ ପରମ୍ପରାରେ ବଳଦେବ ରଥଙ୍କର କିଶୋରାନନ୍ଦ ଚମ୍ପୁ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଆ ଚମ୍ପୁ କହିଲେ କେବଳ ବଳଦେବ ରଥଙ୍କର ବିରଚିତ ଏହି କାବ୍ୟକୁ ବୁଝାଏ।  ସଭାପତି ଡକ୍ଟର ଦାଶ କହିଥିଲେ ଏହି କାବ୍ୟ ଏକ ବିରଳ ଓ ଅଭିନବ  ସୃଷ୍ଟି।

  ଦ୍ଵିତୀୟ ଅଧିବେଶନ  କବିତା ପାଠୋତ୍ସବରେ 

ସଭାପତି ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ , ମଞ୍ଚ ପରିଚାଳନା ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ 

କବିତା ସଂଯୋଜନା ଶ୍ରମତୀ ସୈଦାମିନୀ ମିଶ୍ର 

 ମଞ୍ଚସୀନ ଥିଲେ। ,  ଏଥିରେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ,ଇ ପ୍ରଫୁଲ୍ଲ କୁମାର ତ୍ରିପାଠୀ ,ବିଜୟ ଚନ୍ଦ୍ର ମିଶ୍ର,   ଶଙ୍କର୍ଷଣ ତ୍ରିପାଠୀ, ଚନ୍ଦ୍ର ଶେଖର ମହାପାତ୍ର, ଜ୍ୟୋତ୍ସ୍ନା ରାଣୀ ଦେବୀ, ପ୍ରମୋଦ ପଣ୍ଡା, ବସନ୍ତ କୁମାର ଶତପଥୀ, ତ୍ରିଲୋଚନ ଦାଶ, ବଂଶୀଧର ସେଠୀ ,ମିହୀର କୁମାର ରଥ,ଗିରୀଜା ଶଙ୍କର ଦାଶ , ଡକ୍ଟର ଅଶୋକ କୁମାର ପଣ୍ଡା ଡକ୍ଟର ଭଗବାନ ଗୈଡ, ଡକ୍ଟର ସଞ୍ଜୟ କୁମାର ପଣ୍ଡା, ଭଗବାନ ପାତ୍ର, ବିଘ୍ନେଶ୍ୱର ସାହୁ ,ଅନୁପ କୁମାର ମିଶ୍ର ଆଦି ଉପସ୍ଥିତ ରହି କବିତା ପାଠ ଓ ସହଯୋଗ କରିଥିଲେ । ପରିଶେଷରେ ବିଜୟ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ

ସଭାପତି ପ୍ରାଚୀନ ସାହିତ୍ୟ ସଂସଦ

 ବ୍ରହ୍ମପୁର ଗଞ୍ଜାମ 

 ମୋ 9861228404

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe