//BREAKING//
Loading...

ସୃଜନି ତରଫରୁ ରଜ ପର୍ବ ପାଳନ ନେଇ ପ୍ରସ୍ତୁତି ବୈଠକ।

 

ବ୍ରହ୍ମପୁର ; ତା-୧୦/୦୬ (ସ୍ୱତନ୍ତ୍ର ନ୍ୟୁଜ )



ଅଗ୍ରଣୀ ମହିଳା ଅନୁଷ୍ଠାନ ସୃଜନୀ ପକ୍ଷରୁ ୧୪ ଜୁନ ସନ୍ଧ୍ୟା ରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ରଜ ପର୍ବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ମହାନ୍ ସଙ୍ଘ ହିଲପାଟଣା ସ୍ଥିତ କାର୍ଯ୍ୟାଳୟରେ ସୃଜନୀ ର ସଭାନେତ୍ରୀ ଶ୍ରୀମତି ବନ୍ଦିତା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପର୍ବ କୁ ଆଡମ୍ବର ପୂର୍ଣ୍ଣ ଭାବେ ଆୟୋଜନ ନେଇ ଆଲୋଚନା ହୋଇଛି। ୧୨ ତାରିଖରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଗଞ୍ଜାମ କଲାପରିସଦରେ ଅନୁଷ୍ଠିତ ହେବ ଓ ୧୪ ତାରିଖରେ ମହିଳା ମାନଙ୍କ ମଧ୍ୟରେ ଝୋଟି, ପାରମ୍ପରିକ ପିଠା ପ୍ରତିଯୋଗିତା, ସାଂସ୍କୃତିକ ବିଚିତ୍ର, ପ୍ରତିଭା ସମ୍ମାନ, ସ୍ଵୟଂ ସହ୍ୟକ ଗୋଷ୍ଟିଙ୍କ ମଧ୍ୟରେ ଆଲୋଚନା ଚକ୍ର ଇତ୍ୟାଦି ଅନୁଷ୍ଠିତ ହେବ। କାର୍ଯ୍ୟ କ୍ରମରେ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସମାଜସେବୀ ପ୍ରମୁଖ ଅତିଥ ଭାବେ ଯୋଗ ଦେବେ। ବୈଠକରେ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ସାବତ, କର୍ନେଲ ଅଶୋକ ତ୍ରିପାଠୀ, ସୁଦିପ ସାହୁ, ଶ୍ରୀମତୀ ସୀମା ଚୌଧୁରି, ଶ୍ରୀମତି ପ୍ରାଚୀ ପ୍ରଚିତା ଜେନାଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe