ବିଶିଷ୍ଟ ସମାଜସେବୀ ଡଃ. କେ. ଆନନ୍ଦ ରାଓ ରାଜ୍ୟସ୍ତରରେ ସମ୍ମାନୀତ
ଅଦ୍ୟ ତା. ( ସ୍ୱତନ୍ତ୍ର ନ୍ୟୁଜ ) ୨୮.୦୫.୨୦୨୩ରିଖ ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ସଂଗଠନ "ଆଶ୍ରୟ" ର ୧୩ତମ ସ୍ଵନକ୍ଷତ୍ର ଉତ୍ସବ-୨୦୨୩ର ପାଳନ ଅବସରରେ ବଶିଷ୍ଠ ସମାଜସେବୀ ଗଂଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡଃ. କେ. ଆନନ୍ଦ ରାଓଙ୍କୁ ଭିନ୍ନକ୍ଷମମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବାରୁ ତାଙ୍କୁ "Life Time Achievement Award" ୨୦୨୩ ରେ ସମ୍ମାନୀତ କରାଯାଇଥିଲା l ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତକାରଣ ବିଭାଗର ପ୍ରସାଶନିକ ଅଧିକାରୀ ଶ୍ରୀ ସନ୍ୟାସ କୁମାର ବେହେରା, ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ଓ ଉତ୍ସବ ର ମୁଖ୍ୟ ଅତିଥି ଶ୍ରୀ ଦାସ ବେନୁହୁରଙ୍କ ସମେତ ଅନ୍ୟାନ ରାଜ୍ୟସ୍ତରୀୟ ଅତିଥିମାନଙ୍କ ଗହଣରେ ଶ୍ରୀଯୁକ୍ତ ରାଓଙ୍କୁ ଏହି ସମ୍ମାନ ପ୍ରଧାନ କରାଯାଇଥିଲା l
Post a Comment