//BREAKING//
Loading...

ଚତୁର୍ଥ ରଜନୀରେ ମହାନଗର ମହୋତ୍ସବ

 




ଶ୍ରୀ ଜଗନ୍ନାଥ କଳା ନିକେତନର ଚିତ୍ତାକର୍ଷକ ନୃତ୍ୟରେ ବିମୋହିତ ଦର୍ଶକ 


ବ୍ରହ୍ମପୁର -28/4/23 (ସ୍ୱତନ୍ତ୍ର ନ୍ୟୁଜ଼ )ମହାନଗର ମହୋତ୍ସବ ଶୁକୃବାର ଚତୁର୍ଥ ରଜନୀରେ ପହଞ୍ଚିଛି। ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇ ଆମ ଜିଲ୍ଲାର କଳା ଏବଂ କଳାକାର ଙ୍କ ମଧ୍ୟରେ ଲୁଚି ରହିଥିବା କଳାକୁ ଏହି ମଞ୍ଚ ଆଗାମୀ ଭବିଷ୍ୟତ ପାଇଁ ପ୍ରେରଣା ଦାୟକ ବୋଲି ମତ ପ୍ରକାଶ କରିଥିଲେ । ସେହିଭଳି ସମ୍ମାନିତ ଅତିଥି ରୂପେ, ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା,  ଆଇନଜୀବୀ ତଥା ଜିଲ୍ଲା ବିଜେଡ଼ି କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ, ସାମ୍ବାଦିକ ଦୀପକ କୁମାର ପଣ୍ଡା, ପ୍ରଶାନ୍ତ ଦାସ ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ,  ବରିଷ୍ଠ ସାମ୍ୱାଦିକ ଡ.ଜଗନ ମୋହନ ମହାପାତ୍ର, ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ, କମିଟିର ସହ ସମ୍ପାଦକ ସତ୍ୟ ଚେତନ ପରିଡା,  ଉପସଭାପତି ମିହିର ତ୍ରିପାଠୀ, ସୁଦିପ ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ମହୋତ୍ସବ ର ଚତୁର୍ଥ ସନ୍ଧ୍ୟାରେ ପ୍ରାଚୀନ ସାହିତ୍ୟ ସଂସଦ, ବ୍ରହ୍ମପୁର ତରଫରୁ ସାହିତ୍ୟ ସଭା ଓ କବିତା ପାଠ ଆସର ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦକ ବଂଶୀଧର ସେଠୀ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଓଡ଼ିଆ ବିଭାଗୀୟ ମୁଖ୍ୟ ଡ଼. ସୁରେନ୍ଦ୍ରନାଥ ପାଣିଗ୍ରାହୀ ଭାବେ ଯୋଗ ଦେଇଥିବାବେଳେ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀ ସାନ୍ତୁନୁ କୁମାର ଜେନା ଯୋଗ ଦେଇଥିଲେ ।  ସ୍ୱାଗତ ସମ୍ଭାଷଣ କ୍ରମେ ବିଜୟ ଚନ୍ଦ୍ର ମିଶ୍ର, ସଭାମୁଖ୍ୟ ଭାବେ ଲକ୍ଷ୍ମୀ ନାରାୟଣ ଦାସ, ସମ୍ମାନିତ ଅତିଥି ଭାବେ ବନ୍ଦନା ପଣ୍ଡା ଓ ଶ୍ରୀ ଲଳିତ କୁମାର ସ୍ବାଇଁ ଅତିଥି ରୂପେ ମଞ୍ଚାସିନ ରହିଥିଲେ । କବି ଓ କଣ୍ଠଶିଳ୍ପୀ ଶ୍ରୀମତୀ ସୌଦାମିନୀ, କବି ତଥା ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦେବି ସାହିତ୍ୟ ସଭାର ସଂଯୋଜନା କରିଥିଲେ । କବିତା ଆସର ରେ ପ୍ରାୟ ୬୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ କବିତା  କାର୍ଯ୍ୟକ୍ରମରେ କବିତା ପାଠ କରିବାରେ ସହଯୋଗ କରିଥିଲେ। ଶ୍ରୀ ବଂଶୀଧର ସେଠୀ ମଞ୍ଚ ପରିଚାଳନା କରିଥିବାବେଳେ ଉପାଂଶାର କଳାରତ୍ନ ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ସହଯୋଗ କରିଥିଲେ । ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟାରେ ଦିଗପହଣ୍ଡି ର ଶ୍ରୀ ଜଗନ୍ନାଥ କଳା ନିକେତନର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ଦ୍ଵାରା ଦର୍ଶକ ବିମୋହିତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାୟତ୍ରୀ କଳା ନିକେତନ, ମିତା ନୃତ୍ୟ ଅନୁଷ୍ଠାନ, ନାଳନ୍ଦା ଶ୍ରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଅନିରୁଦ୍ଧ ଡେନ୍ସ ଏକାଡେମୀ, ଆରୀୟାନ ଡେନ୍ସ ଗ୍ରୁପ୍, ରୟାଲ ମ୍ୟୁଜିକ ଭଳି ବ୍ରହ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଞ୍ଚ ପରିଚାଳନାରେ ଶିବାନନ୍ଦ ବାରିକ ଦାୟିତ୍ଵ ବହନ କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ ମିହିର ତ୍ରିପାଠୀ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ଅନନ୍ତରାମ ପ୍ରଧାନ, ସ୍ଵାଧୀନ କୁମାର ପାତ୍ର, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe