ମନ ମୋହିଲା ଲୋକନୃତ୍ୟ ରଣପା
ବ୍ରହ୍ମପୁର -27/4/23 ( ସ୍ୱତନ୍ତ୍ର ନ୍ୟୁଜ )କଳାର ମାଟି ଗଂଜାମ। ଜିଲ୍ଲାର ଲୋକ କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ମହାନଗର ମହୋତ୍ସବ ବ୍ରହ୍ମପୁର। ଚଳିତ ବର୍ଷ ଆୟୋଜିତ ମହାନଗର ମହୋତ୍ସବ ଗୁରବାର ତୃତୀୟ ରଜନୀରେ ପହଞ୍ଚିଛି। ତୃତୀୟ ରାଜନୀରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଶିକ୍ଷାବିତ ଡ଼. ସବିତା ସୁଆର ଯୋଗ ଦେଇ ଆମ ଜିଲ୍ଲାର କଳା ଏବଂ କଳାକାରଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଏହି ମଞ୍ଚ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ମତ ରଖିଥିଲେ। ସେହିଭଳି ସମ୍ମାନିତ ଅତିଥି ରୂପେ ଇ. ଉତ୍ତମ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ମନୋଜ କାନ୍ତ ଦାସ, ସନତ ପଣ୍ଡା, ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ, ବରିଷ୍ଠ ସାମ୍ୱାଦିକ ଡ.ଜଗନ ମୋହନ ମହାପାତ୍ର, ମହୋତ୍ସବ କମିଟିର ସମ୍ପାଦକ ଗୋପାଳ ପଟ୍ଟନାୟକ, କମିଟିର ସହ ସମ୍ପାଦକ ସତ୍ୟ ଚେତନ ପରିଡା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଗ୍ରୀଷ୍ମ ଅବକାଶରେ ସହରବାସୀଙ୍କୁ ମନରଞ୍ଜନର ଖୋରାକ ଯୋଗାଇ ଦେବା ପାଇଁ ଏଭଳି ମହୋତ୍ସବ ଆୟୋଜନର ଆବଶ୍ୟକତା ଥିବା ମତ ପୋଷଣ କରିଥିଲେ । ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ, ପାତ୍ରପୁର ତରଫରୁ ସାହିତ୍ୟ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମ ରେ ସମ୍ପାଦକ ମାଧବ ବାଡତ୍ୟା ଙ୍କ ସ୍ୱାଗତ ସମ୍ଭାଷଣ କ୍ରମେ ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପାତ୍ରପୁର ସିଡିପିଓ ସରୋଜ ବାଳା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବିଡିଓ ନାରାୟଣ କର ଏବଂ ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ମହାନ୍ତି ହାରିତସ, ସଂହିତା ମହାନ୍ତି, ବନ୍ଦନା ମିଶ୍ର ପ୍ରମୁଖ ମଞ୍ଚା ସିନ ରହିଥିଲେ। ଆରତୀ ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥି ମାନେ ସାହିତ୍ୟ ସଭାର ଅଭିଭାଷଣ ପ୍ରଦାନ କରିଥିଲେ। କବିତା ଆସର ରେ ପ୍ରାୟ ୫୦ ଜଣ କବି କବୟିତ୍ରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜଗନ୍ନାଥ ଚୌଧୁରୀ, ବିଭୂତି ଭୂଷଣ ତ୍ରିପାଠୀ ମଞ୍ଜୁଶ୍ରୀ ମହାରଣା, ନିଶାମଣି ପ୍ରଧାନ ସହଯୋଗ କରିଥିଲେ। ବନ୍ଦନା ମିଶ୍ର ଓ ମାଧବ ବାଡତ୍ୟା ସଂଯୋଜନା କରିଥିଲେ।
ତୃତୀୟ ସାଂସ୍କୃତିକ ସନ୍ଧ୍ୟାରେରଣପା ନୃତ୍ୟ , ନୁପୁର , କାଳାଞ୍ଜଳି , ଏସ କେ ଡ୍ୟାନ୍ସ ଗ୍ରୁପ, ରୋୟାଲ ମ୍ୟୁଜିକ ଆଣ୍ଡ ଏଣ୍ଟରଟେନମେଣ୍ଟ ଗ୍ରୁପ ଭଳି ବ୍ରହ୍ମପୁର ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନାରେ ଯୁବ ସାମ୍ବାଦିକ ଅସିତ୍ ପଣ୍ଡା ଦାୟିତ୍ଵ ବହନ କରିଥିବା ବେଳେ ମିହିର ତ୍ରିପାଠୀ ସହଯୋଗ କରିଥିଲେ । ପରିଶେଷରେ ବରିଷ୍ଠ ସାମ୍ବାଦିକ ସୁଦିପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିରାମ ପାତ୍ର, ଲିଙ୍କୁ ଡାକୁଆ, ସିମାଞ୍ଚଳ ସାହୁ, ଶଙ୍କର ରଣା, ସ୍ଵାଧୀନ କୁମାର ପାତ୍ର, ଅନନ୍ତ ପ୍ରଦାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Post a Comment