//BREAKING//
Loading...

ନଳୀହାଡ଼ "ଜଳେଶ୍ବର ଶୈବ ମନ୍ଦିର" ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ବିପିନ ପ୍ରଧାନ

 



କୁକୁଡ଼ାଖଣ୍ଡି,୦୯/୦୨/୨୩( ସ୍ୱତନ୍ତ୍ର ନ୍ୟୁଜ )ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ରୋହିଗାଁ ପଞ୍ଚାୟତର ନଳୀହାଡ଼ ଗ୍ରାମରେ ଗତ ତିନି ଦିନ ଧରି ଚାଲିଥିବା "ଜଳେଶ୍ବର ଶୈବ ମନ୍ଦିର" ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନ ଓ ତାଙ୍କ ସମର୍ଥକ ଯୋଗ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ଶ୍ରୀ ବିପିନ ପ୍ରଧାନଙ୍କୁ ବଉଳଝୋଳି ସମିତି ସଭ୍ୟ ପ୍ରତିନିଧି ତଥା ପୂର୍ବତନ ରୋହିଗାଁ ସରପଞ୍ଚ ସଂଗ୍ରାମ ସନାତନ ସିଂ ଓ ମନ୍ଦିର କମିଟି ବୃନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷା କରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ମହାଦେବ ଜଳେଶ୍ବରଙ୍କ ନିକଟରେ ଦିଗପହଣ୍ଡି ବ୍ଲକ ଏବଂ କୁକୁଡ଼ାଖଣ୍ଡି ବ୍ଲକର ସମସ୍ତ ଜନସାଧରଣଙ୍କ ମଙ୍ଗଳ କାମନା ସକାଶେ ପୂଜାର୍ଚ୍ଚନା କରିଥିଲେ । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗ ଦେଇ ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ ।ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକର ମହୁଡା ପଞ୍ଚାୟତ ସମିତି ସଭ୍ୟ ଜତିନ୍ଦ୍ର ପାତ୍ର,ବାଘଲଟି ସମିତି ସଭ୍ୟ ତଥା କୁକୁଡ଼ାଖଣ୍ଡି ବ୍ଲକ ସମିତି ସଭ୍ୟ ସଙ୍ଘର ସଭାପତି ସାରଥି ପ୍ରସାଦ ଗୌଡ,ବଉଳଝୋଳି ସମିତି ସଭ୍ୟା ଲିଲି ସଂଗ୍ରାମ ସିଂ,ରୋହିଗାଁ ସମିତି ସଭ୍ୟ ପ୍ରତିନିଧି ବସନ୍ତ କୁମାର ସ୍ବାଇଁ,ସମାଜସେବୀ ପଞ୍ଚାନନ ସାହୁ,ପୂର୍ବତନ ବିଆରଏମସି ଡାଇରେକ୍ଟର ସୁରେଶ୍ ସାହୁ,ସମବାୟବିତ ସୁଧୀର ରାଉତ,ଗୁରୁଣ୍ଠି ସମବାୟ ସଭାପତି ତଥା ପୂର୍ବତନ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ନାୟକ,ରଜିତ ପାତ୍ର,ଦଣ୍ଡପାଣି ପଣ୍ଡା ଏବଂ ଦିଗପହଣ୍ଡି  ବ୍ଲକର ପୂର୍ବତନ ସରପଞ୍ଚ ସଂଘ ସଭାପତି କେ.ହରିବଦ୍ଧୁ ରେଡ୍ଡୀ,ବମୋକେଇ ସରପଞ୍ଚ ତପନ କୁମାର ପ୍ରଧାନ,ବମୋକେଇ ପୁର୍ବତନ ସରପଞ୍ଚ ଭଗବାନ ବାଡାତ୍ୟା,ଦିଗପହଣ୍ଡି ଏନଏସି ପୁର୍ବତନ ନଗରପାଳ ଉଦୟନାଥ ସ୍ୱାଇଁ,ଖମ୍ବାରୀଗାଁ ପୁର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର,ବରିଷ୍ଠ କର୍ମୀ ସମ୍ଭୁନାଥ ପଣ୍ଡା,ଯୁବ ନେତା ମନୋଜ କୁମାର ସାହୁ,ଗୋକର୍ଣ୍ଣପୁର ପଞ୍ଚାୟତର ପୁର୍ବତନ ସରପଞ୍ଚ ଅସିତ୍ କୁମାର ସାହୁ,ପୂର୍ବତନ ଛାତ୍ର ବିଜେଡି ସଭାପତି ରାଜକିଶୋର ମହାନ୍ତି, ଆଙ୍କୋରଡା ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ,ଆଙ୍କୋରଡା ଯୁବ ସଭାପତି ସୁଶାନ୍ତ ପ୍ରଧାନ, ସମାଜସେବୀ ମହେଶ୍ କୁମାର ପ୍ରଧାନ,ସିଦ୍ଧେଶ୍ବର ପଞ୍ଚାୟତର ନ୍ୟାୟବ ସରପଞ୍ଚ ବିଦେଶୀ ଗୌଡ଼ଙ୍କ ସମେତ ଅନ୍ୟ ଜନପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe