//BREAKING//
Loading...

ନୂଆପଡା କଲେଜରେ ସ୍ୱତନ୍ତ୍ର ସେବା ଶିବିର

 ନୂଆପଡା 29/12/22 (ସ୍ୱତନ୍ତ୍ର ନ୍ୟୁଜ଼ )







ନୂଆପଡା ଶ୍ରୀ ବାଲ।ଜୀ ମହାବିଦ୍ୟାଳୟ ଏନ ଏସ ଏସ ଶାଖା ପକ୍ଷରୁ ସାତଦିନିଆ

ଶୀତ କାଳୀନ ସ୍ୱତନ୍ତ୍ର ଶିବିର ୨୨-୧୨-୨୦୨୨ ଠାରୁ୨୮-୧୨-୨୦୨୨

ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।

ପୋଷ୍ୟଗ୍ରାମ ନୂଆପଡ଼ାର ଚରିଆପଡା ସହି,କେଉଟ ସାହି, ଖଡୁରା ସାହି, ବଡଦାଣ୍ଡ ସାହି ଇତ୍ୟାଦି ପରିକ୍ରମା କରି ଉଭୟ ଛାତ୍ର ଛାତ୍ରୀ ଝାଡୁ କାର୍ଯ୍ୟ କରିଥିଲେ। ଅପରାହ୍ନରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ମାନ କରାଯାଇଥିଲା । 

ଡେଙ୍ଗୁ ଜ୍ୱର ନିରାକରଣ, ମେଲେରିଆ ନିବାରଣ, ମହିଳା ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ କରି ନୂଆପଡା ଜନସାଧାରଣଙ୍କ ଠାରେ ସଚେତନତା ଜାଗରିତ  କରିଥିଲେ । ଉକ୍ତ ଦିବସ ଗୁଡିକରେ ଶିବିରାର୍ଥୀଙ୍କ ମନୋରଞ୍ଜନ ନିମନ୍ତେ ଗୀତ,ନୃତ୍ୟ, ପ୍ରବନ୍ଧ ଆଦି ଲିଖନ କାର୍ଯ୍ୟକ୍ରମ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଆକୁଳ।ନନ୍ଦ ପାଢ଼ୀ ପ୍ରଥମ ଦିବସରେ ଏହାକୁ ଉଦଘାଟନ କରିଥିଲେ । ପ୍ରୋଗ୍ରାମ ଅଧିକାରୀ  ଡକ୍ଟର ସୁଦର୍ଶନ ପଟ୍ଟନାୟକ ଙ୍କ କର୍ତ୍ତୃତ୍ୱରେ ପଚାଶ ଜଣ ସ୍ବେଚ୍ଛାସେବୀ ଉପସ୍ଥିତ ରହି ଶିବିରଟିକୁ ସଫଳତା ଦିଗକୁ ନେଇଥିଲେ। ନୂଆପଡା ମେଡିକାଲ, ପଞ୍ଚାୟତ ସମିତି ଓ ଇଣ୍ଡିଆନ ବ୍ୟାଙ୍କ ପରିସର ମଧ୍ୟ ଶିବିରାର୍ଥୀ ମାନେ ଝାଡୁ କରିଥିଲେ।ସ୍ଥାନୀୟ ସରପଂଚ ମଧ୍ୟ ଉପସ୍ଥିତ ରହି ସ୍ବେଚ୍ଛାସେବୀଙ୍କୁ ଉତ୍ସ।ହିତ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe