ବ୍ରହ୍ମପୁର-- 29/12/22 (ସ୍ୱତନ୍ତ୍ର ନ୍ୟୁଜ଼ )ଉତ୍ତରପ୍ରଦେଶର ଆଜମଗଡ଼ ଠାରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ରେ ଭାଗନେବା ପାଇଁ ଗଂଜାମ ଜିଲ୍ଲାର 10 ଜଣ କଳାକାର ବୁଧବାର ଉତ୍ତରପ୍ରଦେଶର ଆଜମଗଡ଼ ଗସ୍ତ କରିଛନ୍ତି । ଅଗ୍ରଣୀ ନାଟ୍ୟସଂସ୍ଥା ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ ତରଫରୁ ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଯାଇଥିବା ଏହି ନାଟ୍ୟଦଳ ଆଜମଗଡ଼ ରେ ଓଡ଼ିଆ ନାଟକ"ଶାପିତ ପୁତ୍ର" ମଂଚସ୍ଥ କରିବ । ନାଟକର ରଚନା ଓ ନିର୍ଦ୍ଦେଶନା ରାଜଗୋପାଳ ପାଢ଼ୀ ଦେଉଥିବା ବେଳେ ନାଟକରେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । ନାଟ୍ୟଦଳରେ ଅନ୍ୟମାନଙ୍କ ଦୀନବନ୍ଧୁ ଶତପଥୀ, ସିଏଚ.ଦେବଦାସ,ସଦାନନ୍ଦ ରଣା,,ସୁଶାନ୍ତ ପାଣିଗ୍ରାହୀ, ଭଗବାନ ମଲ୍ଲିକ,ପ୍ରଣତି ପାତ୍ର,ନିରୁପାରାଣୀ ପାଢ଼ୀ ଓ ଅଂଶିକା ଅନ୍ବିତା ପାଢ଼ୀ ପ୍ରମୁଖ ଗସ୍ତ କରଛନ୍ତି । ପୂର୍ବରୁ ଶାପିତ ପୁତ୍ର ନାଟକ ବିହାରର ବରିଆରପୁର ସହିତ ଗଂଜାମ ଜିଲ୍ଲାର ବିଭିନ୍ନ ଯାଗାରେ ସଫଳତାର ସହ ମଂଚସ୍ଥ ହୋଇ ଖୁବ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣିଥରେ ନାଟକର ସଫଳତା ପାଇଁ ଦଳ ଆଶା ରଖିଛି ।
Post a Comment