ବେଲଗୁଣ୍ଠା 27/11: ( ସ୍ୱତନ୍ତ୍ର ନ୍ୟୁଜ଼ )ଟ୍ରେନ ଫେରୁଥିବା ଆସିକା ଦେବଭୂମି ଭଗବାନ ନାହାକ 19 ତାରିଖ ରୁ ପତା ମିଳୁନି ଦୁଃଚିନ୍ତା ରେ ପରିବାର ଘରେ ଜଳୁନି ଚୁଲି l ଆସିକା ଥାନା ଦେବଭୂମି ଗ୍ରାମ ପ୍ରଭାକର ନାହାକ ଙ୍କ ଏକମାତ୍ର ପୁଅ ଭଗବାନ ନାହାକ (26) 18 ମାସ ତଳେ ଗାଙ୍ଗପୁର ଥାନ ଗୋବରା ପଞ୍ଚାୟତ ଡ଼େଙ୍ଗାପଦର ଜିତେନ୍ଦ୍ର ନାୟକ ବଡ଼ ଝିଅ ବେଲଗୁଣ୍ଠା ପୂଜାଣୀ ଙ୍କୁ ବିବାହ କରିଥିଲେ l ଭଗବାନ ତାମିଲନାଡୁ ତ୍ରିପୁର ସହର ଆଶକ ନଗର S. K. L ଏକ୍ସପୋଟ କମ୍ପାନୀ ରେ ମେନେଜର ରୂପେ କାମ କରି ଆସୁଥିଲେ l ଏକ ମାସ ହେବ ମାତିଷ୍କ ଜ୍ୱର ଆକ୍ରାନ୍ତ ହୋଇ ତ୍ରିପୁର ଚିକିତ୍ସତ ହୋଇ ଆସୁଥିଲେ l ଚାରିମାସ ତଳେ ଭଗବାନ ଙ୍କ ଝିଅ ଜନ୍ମ ହେବାରୁ 17 ତାରିଖରେ ଦେଖିବାକୁ ଟ୍ରେନ ଯୋଗେ ଗ୍ରାମ କୁ ଆସୁଥିଲେ l 19 ତାରିଖ ରେ ପରିବାର ସହ ଯୋଗାଯୋଗ କରିଥିଲେ ସେ 20 ତାରିଖ ରେ ବ୍ରହ୍ମପୁର ରେ ପହଁଚିବେ
ଫୋନ ଯୋଗାଯୋଗ ବନ୍ଦ ସହ ନପହଁଚିବାରୁ ପରିବାର ଲୋକେ Grp ଓ Rpf ଅଭିଯୋଗ କରିଥିଲେ
l କୌଣସି ସହଯୋଗ ନପାଇ ପୁଣି ଆସିକା ଥାନ ଦ୍ୱାରସ୍ତ
ହୋଇଥିଲେ ମଧ୍ୟ ଅଭିଯୋଗ ଗ୍ରହଣ କରିନଥିଲେ l
ଭଗବାନ ଙ୍କୁ ପ୍ରଶାସନ ସହଯୋଗ ରେ ଗ୍ରାମ ଫେରାଇ ଆଣିବାକୁ ଅଂଚଳ ବାସୀ ଦାବୀ ଜଣାଇଛନ୍ତି l
ରିପୋର୍ଟ- ସୁଧାଂଶୁ ଶେଖର ବିଷୋୟୀ
Post a Comment