ବ୍ରହ୍ମପୁର,୨୭/୧୧/୨୨/: ( ସ୍ୱତନ୍ତ୍ର ନ୍ୟୁଜ଼ )ମାନବ ସେବା ହିଁ ମାଧବ ସେବା । ସେବା କୁ ନିଜ ଜୀବନର ବ୍ରତ ଭାବେ ଆପଣାଇଛନ୍ତି ସେ । ସେ ଜଣେ ସଫଳ ବ୍ୟବସାୟୀ, ସମାଜସେବୀ ତା ସାଙ୍ଗକୁ ଜଣେ ଯୁବ ଯୁବନେତା । ଗରିବ ଶ୍ରେଣୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ନିଜର ଦକ୍ଷତା ଉପରେ ବିଜୟ ଲାଭ କରି ଜନତାଙ୍କ ସବୁ ଅଭାବରେ ଛିଡା ହୋଇ ଅହରହ ସେବା ଯୋଗାଇ ଆଜି ସହରରେ ବେଶ୍ ଆଦୃତ ଲାଭ କରିପାରିଛନ୍ତି । ପିଲାଟି ଦିନରୁ ହିଁ ଦାରିଦ୍ର୍ୟର ଦୁଃଖ ସେ ନିଜେ ଅଙ୍ଗେ ନିଭାଇଛନ୍ତି । ବହୁ ଦୁଃଖ କଷ୍ଟ ସହି ଆଜି ସେ ବ୍ରହ୍ମପୁର ସହରର ଜଣେ ଆଗ ଧାଡ଼ିର ସଫଳ ବ୍ୟବସାୟୀ ହେବା ସହ ଜଣେ ଯୁବ ସମାଜସେବୀ ସାଜିଛନ୍ତି । ଆମେ ଯାହା ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବ୍ରହ୍ମପୁର ଅଶୋକ ନଗର ପଡିଆ ସାହି ନିବାସୀ ଯୁବ ସମାଜସେଵୀ ତଥା ଯୁବ ରାଜନେତା ଏ. ସନ୍ତୋଷ କୁମାର ପାତ୍ର । ପିଲାଟେ ଦିନରୁ ସମାଜସେବୀ ସନ୍ତୋଷ ଦୁଃଖ ଓ କଷ୍ଟକୁ ଆପଣାଇ ବହୁ ସଂଘର୍ଷ କରି ନିଜ ଜୀବନର ଚଲାବାଟ ରାସ୍ତା ନିଜେ ବାଛିଥିଲେ । କେତେକ ସ୍ଥାନରେ ଉଚ୍ଚଶିକ୍ଷା ଲାଭ କରି ବହୁ ଯୁବପିଡ଼ି ନିଯୁକ୍ତି ନ ପାଇ ବେକାର ହୋଇ ଭାଙ୍ଗି ପଡ଼ୁଥିବାବେଳେ ସେ କୌଣସି ଉଚ୍ଚଶିକ୍ଷା ଲାଭ ନକରି ମଧ୍ୟ ଭାଙ୍ଗି ନଥିଲେ । ସମାଜ କୁ ନିଜ ବ୍ରତ ଭାବେ ଆପଣାଇ ନିଜ ଅର୍ଜିତ ଟଙ୍କାରେ ବର୍ତ୍ତମାନ ସହରର ଏକ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ବେଶ ପରିଚିତ ଲାଭ କରିଛନ୍ତି । ସନ୍ତୋଷ ଦୁଃଖ ଓ କଷ୍ଟକୁ ସେ ବହୁତ ନିକଟରୁ ଦେଖିଛନ୍ତି ,ତେଣୁ ସେ କାହାର ଦୁଃଖ ଦେଖିଲେ ସହ୍ୟ କରିପାରନ୍ତି ନାହିଁ । ଆମେ ଏମିତି ଏଥିପାଇଁ କହୁଛୁ କି କେହି ଜଣାଶୁଣା କିମ୍ବା ତାଙ୍କ ସମ୍ପର୍କୀୟ ମେଡିକାଲ ପଡିଥିବା ଖବର ଯଦି ସେ ଜାଣନ୍ତି ତେବେ ସାଙ୍ଗେ ସାଙ୍ଗେ ସହାୟତାର ହାତ ବଢ଼େଇଥାନ୍ତି । ସେ ଗରିବଙ୍କ ଦୁଃଖରେ ଦୁଃଖୀ ହୋଇ ସୁଖରେ ସୁଖୀ ହୋଇ ସେବା କରିବାରେ ଲାଗିପଡିଛନ୍ତି ଯୁବ ନେତା ତଥା ସମାଜସେବୀ ଏ.ସନ୍ତୋଷ କୁମାର ପାତ୍ର । ସେ ନିଜ ଲୋକଙ୍କୁ ଯେମିତି ସହାୟତାର ହାତ ବଢ଼େଇ ଥାନ୍ତି ଠିକ ସେପରି ଜଣେ ଅଚିହ୍ନା ଅଜଣା ଲୋକଙ୍କୁ ମଧ୍ୟ ସହାୟତାର ହାତ ବଢ଼େଇଥାନ୍ତି । କରୋନା ମହାମାରୀ ସମୟରେ ଅସହାୟ, ଦିନ ମଜୁରିଆ ଓ ପ୍ରବାସୀ ଓଡ଼ିଆମାନେ ନିଜର ରୋଜଗାର ହରାଇ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ତାଙ୍କ ନିକଟରେ ପହଞ୍ଚି ଜୀବନ ବିନ୍ଦୁ ପାଲଟିଥିଲେ ସମାଜସେବୀ ଏ. ସନ୍ତୋଷ । କେବଳ ସେତିକି ନୁହେଁ ରାସ୍ତା କଡରେ ଏବଂ ବସଷ୍ଟାଣ୍ଡ ଓ ଷ୍ଟେସନରେ ବସବାସ କରୁଥିବା ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ସମେତ ଚାଉଳ, ରାସନ ସାମଗ୍ରୀ , ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବା ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ଲଢେ଼ଇ କରୁଥିବା ଗୋରୁଗାଈଙ୍କ ଚିକିତ୍ସା କରିବା ପାଇଁ ସଦାସର୍ବଦା ଆଗେଇ ଆସିଥିଲେ । ସବୁଠାରୁ ବଡ଼କଥା ହେଲା ଯୁବ ନେତା ସନ୍ତୋଷ ରକ୍ତ ଅଭାବ ଦୂର କରିବା ପାଇଁ ବହୁ ଜାଗାରେ ରକ୍ତଦାନ ଶିବିର ଆୟୋଜନ କରି ବ୍ରହ୍ମପୁର ସମେତ ପୁରା ଗଞ୍ଜାମ ଜିଲ୍ଲା ରେକର୍ଡ ମଧ୍ୟ ରଚିଛନ୍ତି । ଯୁବନେତା ସନ୍ତୋଷଙ୍କ ଏଭଳି କାର୍ଯ୍ୟକୁ ସହରବାସୀ ଭୂରି ଭୂରି ପ୍ରଶଂସା ମଧ୍ୟ କରୁଛନ୍ତି । ତେଣୁ ତାଙ୍କୁ ବିଭିନ୍ନ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ସମାଜସେବୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏ.ସନ୍ତୋଷ ପାତ୍ର କହିଛନ୍ତି, ସେବା କରିବାକୁ ଗୋଟିଏ ସୁଯୋଗ ଦରକାର । ସୁଯୋଗ ମିଳିଲେ, କେବେ ପଛଘୁଞ୍ଚା ଦେବୀନାହିଁ । ମୋ ଦ୍ୱାରା ଯାହା ସକ୍ଷମ ମୁଁ ନିଶ୍ଚିତ ସଦା ସର୍ବଦା ଲୋକଙ୍କୁ ସହଯୋଗ ଓ ସେବା କରିବି । ଏହା ଆଗାମୀ ଦିନଗୁଡିକରେ ମଧ୍ୟ ଜାରି ରହିବ ବୋଲି କହିଛନ୍ତି ସମାଜସେବୀ ସନ୍ତୋଷ ।
ସମାଜସେବା ହିଁ ଶ୍ରେଷ୍ଠ ବ୍ରତ ଭାବେ ଆପଣାଇଛନ୍ତି ସମାଜସେବୀ ସନ୍ତୋଷ ।
By: SWATANTRA NEWS
0
Tags
ଖବର ଏବେ ଏବେ
Post a Comment