ବିଇଏମସିର ଜରୁରୀ ବୈଠକରେ ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁନେଇ ଗର୍ଜିଲେ ସାଂସଦ
ବ୍ରହ୍ମପୁର /20/9/22 ( ସ୍ୱତନ୍ତ୍ର ନ୍ୟୂଜ଼ )ବ୍ରହ୍ମପୁର ମହାନଗର ନିଗମର ନୂତନ ସମ୍ମିଳୀନି କକ୍ଷଠାରେ ବିଇଏମସିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବିଧାୟକ ବିକ୍ରମ କୁମାର ପଣ୍ଡା, ଡେପୁଟି ମେୟର ଇ. ବିବେକ ରେଡ଼ି, ମହାନଗର ନିଗମ କମିଶନର ଜେ.ସୋନାଲ, ଡେ଼ପୁଟି କମିଶନର ନୀଳମାଧବ ଭୋଇ ଏବଂ ଏନଫୋର୍ଶମେଣ୍ଟ ଅଫିସର ତରୁଣକାନ୍ତ ପ୍ରମୁଖ ମଞ୍ଚାସୀନ ରହି ୪ଟି ଗୁରୁତର ପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ । ଏଥିରେ ନିଗମର ସମସ୍ତ କର୍ପୋରେଟର ,ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।ଏହି ବୈଠକରେ ପ୍ରଥମତଃ ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି । ବିଦ୍ୟୁତ ଖୁଣ୍ଡ ଓ ଟ୍ରାନ୍ସଫର୍ମର ସ୍ଥାନାନ୍ତର କରିବା ବେଳେ ଏଥିପାଇଁ ହେଉଥିବା ଖର୍ଚ୍ଚ ମହାନଗର ନିଗମ ଦେବାକୁ ଦାବି କରୁଥିବା ଏଠାରେ ଅଭିଯୋଗ ହୋଇଛି । ଅନେକ ଟ୍ରାନ୍ସଫର୍ମର ଡ୍ରେନ ଉପରେ ଏବଂ ବିପଦସଂକୁଳ ଅବସ୍ଥାରେ ପଡିରହିଛି । ଏ ନେଇ ସାଧାରଣ ଲୋକ ଠାରୁ ଆରମ୍ଭ କରି କର୍ପୋରେଟରମାନେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କତ୍ତୃପକ୍ଷ ଗୁରୁତ୍ୱ ଦେଉ ନାହାଁନ୍ତି ବୋଲି ଏଠାରେ ଅଭିଯୋଗ ହୋଇଥିଲା । ତେଣୁ ସର୍ବସମ୍ମତି କ୍ରମେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରେଜୁଲେସନ୍ ପାସ୍ ହୋଇଛି । ଦ୍ବିତୀୟତଃ ମହାନଗର ନିଗମ ଦ୍ବାରା ଗଠନ ହୋଇଥିବା ଷ୍ଟାଣ୍ଡିଂ କମିଟିରେ ଯେ କୌଣସି ସଦସ୍ୟ କମିଟିର ଅଧ୍ୟକ୍ଷ ହୋଇପାରିବେ ବୋଲି ଏଠାରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା । ତୃତୀୟତଃ ବ୍ରହ୍ମପୁର ମହାନଗର ନିଗମ ଦ୍ବାରା ମାର୍କେଟ ଓ ସହରକୁ ପ୍ରବେଶ କରୁଥିବା ସମସ୍ତ ଗେଟ୍ ଗୁଡିକରେ ରାଜସ୍ୱ ଆଦାୟ ହେଉଥିଲେ ମଧ୍ୟ ସେଥିରୁ ୬ଟି ଗେଟରେ ଆଦାୟ କମ ରହୁଛି । ତେଣୁ ଏହାକୁ ଘରୋଇକରଣ କରିବା ନେଇ ମେୟର ପ୍ରସ୍ତାବ ଦେଇଥିଲେ । ଏହି ଘରୋଇକରଣ ପ୍ରସ୍ତାବକୁ ଏଠାରେ ବିରୋଧ କରାଯାଇ ନିଗମ ହାତରେ ହିଁ ଏହି ଦାଇତ୍ୱ ରହୁ ବୋଲି କର୍ପୋରେଟରମାନେ ନିଜର ମତ ରଖିଥିଲେ । ଚତୁର୍ଥରେ ଖାଉଟି କାର୍ଡକୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଉଛି ବୋଲି ଏଠାରେ ଅଭିଯୋଗ ହୋଇଥିଲା । ବହୁ ଯୋଗ୍ୟ ହିତାଧିକାରୀ ଖାଉଟି କାର୍ଡ଼ରୁ ବଞ୍ଚିତ ରହୁଥିବା ନେଇ କର୍ପୋରେଟରମାନେ ମତ ପ୍ରକାଶ କରିଥିଲେ ।ତେଣୁ ନୁଆଁ ରେସନ କାର୍ଡ ଯୋଡ଼ିବା ନିମନ୍ତେ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିଭଳି ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନସ୍ଥ ଭତ୍ତା ବଣ୍ଟନରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ନେଇ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସେହିଭଳି ଆଜି କିଛି ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଇଥିଲା ।ଉକ୍ତ ବୈଠକରେ କର୍ପୋରେଟର ମାନେ ନିଜ ନିଜ ୱାର୍ଡର ବହୁ ସମସ୍ୟା ଉପରେ ଅବଗତ କରାଇବା ସହ ସେଗୁଡ଼ିକର ବିଚାର କରି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି କହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା କୁମାର ଲାୟକ,ସୂର୍ଯ୍ୟକାନ୍ତସୁବୁଦ୍ଧି,ଧିରେଶ ସାବତ,ସୁରେନ୍ଦ୍ର ମହାରଣା,ଟି. ତ୍ରିପତି ପାତ୍ର, ,ଟି. କିଶୋରୀ,ପ୍ରଶାନ୍ତ ପଟ୍ଟନାୟକ,ଅଶ୍ଵିନୀ ପଟ୍ଟନାୟକ,ମଳୟ ବିଷୋୟୀ, ସଞ୍ଜିତା ପାଣିଗ୍ରାହୀ,ଜାମୁଲା ଶ୍ରୀନିବାସ, ଭାଗିରଥି ମହାରଣା, ସନ୍ତୋଷ ସେଠୀ,ଚିତ୍ରସେନ ମହାପାତ୍ର, ଆପ୍ପା ରାଓ,ସମୀର କୁମାର ମିଶ୍ର, ଡି. କରୁଣାକର,ନରସିଂହ ସେଠୀ,ନିଳକଣ୍ଠ ସାହୁ, ପ୍ରଦୀପ ଶତପଥି, ଆର୍ ପାୱନି,ସୋନାଲି ଗନ୍ତାୟତ,ଗିତାରାଣୀ ପଣ୍ଡା,ସ୍ୱର୍ଣ୍ଣଲତାସାବତ,ସାବିତ୍ରୀ ନାୟକ,କାଦମ୍ବିନୀ ଦାସ,ପଦ୍ମିନୀ ମିଶ୍ର, ରଞ୍ଜିତା ବେହେରା, ବନିତା ସାହୁ, ସବିତା ସାହୁ, ବି.ପୁଷ୍ପବତି ପାର୍ବତୀ,ଶ୍ୱେତା ତ୍ରିପାଠୀ, ପ୍ରଧାନପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସମସ୍ୟା ବିଷୟରେ ମଞ୍ଚାସୀନଥିବାକତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ।
ବ୍ରହ୍ମପୁର. ଗଞ୍ଜାମ
ରିପୋର୍ଟ :ଶ୍ରୀକାନ୍ତ କୁମାର ବେହେରା
Post a Comment