//BREAKING//
Loading...

ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ



ବ୍ରହ୍ମପୁର,22/9/22:( ସ୍ୱତନ୍ତ୍ର ନ୍ୟୂଜ଼ ) ହୃଦୟ ଦିବସ ଅବସରରେ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ ଟାଉନ ଓ ଭୁବନେଶ୍ୱର ଆପୋଲୋ ହସ୍ପିଟାଲସ ମିଳିତ ଉଦ୍ୟମରେ ବଡ଼ ବଜାର ସ୍ଥିତ ସୁବୁଦ୍ଧିବେଡ଼ା କଲ୍ୟାଣ ମଣ୍ଡପରେ ଏକ ମାଗଣା ହୃଦୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କପେରେଟର ଜାମୁଲା ଶ୍ରୀନୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଉଜ୍ଜ୍ୱଳ କରି ଉକ୍ତ ଶିବିରକୁ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ବ୍ରହ୍ମପୁର ମିଡ ଟାଉନ ସଭାପତି ବନ୍ଦିତା ତ୍ରିପାଠୀ,ସୁଶ୍ରୀତା ଶର୍ମା, କେ. ଏନ ସୁବୁଦ୍ଧି, ପି.ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ଭାରତରେ ହୃଦୟ ଜନିତ ମୃତ୍ୟୁ ସଂଖ୍ୟା ବାର୍ଷିକ ୧.୬% ଲକ୍ଷ ରହିଥିବା ବେଳେ ବିଗତ ଦିନମାନଙ୍କରେ ଭାରତର ଗ୍ରାମାଞ୍ଚଳରେ ହୃଦରୋଗ ୧.୬%ରୁ ୭.୪%ହାରରେ ବୃଦ୍ଧି ପାଉଛି । ତେଣୁ ଆଜି ବ୍ରହ୍ମପୁର ସହରର ବଡ଼ ବଜାର ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଜଣ ନିଜର ହୃଦରୋଗ ଚିକିତ୍ସା କରିବା ସହ ଅନ୍ୟାନ୍ୟ ରୋଗର ଚିକିତ୍ସା କରି ଡାକ୍ତରଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ ।ଆଜି ଏହି କାର୍ଯ୍ୟକ୍ରମରେ ପ୍ରଭାକର ରାଓ,ବିଶିଷ୍ଟ ସମାଜ ସେବୀ ସୁଶାନ୍ତ ସାବତ, କ୍ରୀଷ୍ଣା ଚନ୍ଦ୍ର ସାହୁ, ସଞ୍ଜୟ ସାବତ, ରବି ନାରାୟଣ ପାଢ଼ୀ, କାଁହୁ ଚରଣ ନାୟକ, ସ୍ୱାଧୀନ ପାତ୍ର, ଇତିଶ୍ରୀ ଡାକୁଆ, ସନ୍ତୋଷ କୁମାର ପଣ୍ଡା, ଡ଼ଃ ବିଜୟ ଲକ୍ଷ୍ମୀ, ପ୍ରକାଶଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe