//BREAKING//
Loading...

କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପଲ୍ଲବ ଉତ୍ସବ



ବେଲଗୁଣ୍ଠା, 22/09, ( ସ୍ୱତନ୍ତ୍ର ନ୍ୟୁଜ଼ )ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ନୂତନ ଭାବେ ବିଦ୍ୟାଳୟକୁ ଆସିବା ଦିନ ସ୍ୱାଗତ ସମ୍ବର୍ଦ୍ଧନା ସହିତ ନବ ପଲ୍ଲବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ତରଫରୁ ନବଗତଙ୍କୁ ଫୁଲ ଚନ୍ଦନ, ସ୍ୱାଗତ ପତ୍ର ଏବଂ ଲଡ଼ୁ ଦେଇ ସ୍ୱାଗତ କରିଥିଲେ |ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଏଥିରେ ଅନୁଷ୍ଠାନର ଇତିହାସ, ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ ସମ୍ପର୍କରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ବିବେକାନନ୍ଦ କର, ପ୍ରକାଶ ଚନ୍ଦ୍ର ଆଳତୀୟା, ରୁନିବାଳା ତ୍ରିପାଠୀ, ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ସନ୍ତୋଷୀ ପରିଡା, ପିଙ୍କି ପାଲାଇ, ଦିପୁ ଭୂୟାଁ, ମହେଶ୍ୱର ରାଉତ, ସଞ୍ଜୟ ସାହୁ, ଗଙ୍ଗାଧର ରଣା, ପି ଦୀପକ ରାଓ, ସ୍ନିଗ୍ଧା ରାଣୀ ଗୌଡ଼, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ ପ୍ରମୁଖ ସୂଚନା ଦେଇଥିଲେ |ଏହି ଅବସରରେ ନବଗତଙ୍କୁ ଫଳ ଏବଂ ଫୁଲ ଚାରା ଯୁବ ରେଡ଼କ୍ରସ ତରଫରୁ ବଣ୍ଟନ କରାଯାଇଥିଲା |

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe