ବ୍ରହ୍ମପୁର 19/9/22 (ସ୍ୱତନ୍ତ୍ର ନ୍ୟୂଜ଼ )
ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତକୁ ସ୍ୱାଧୀନତା ମିଳିଥିଲା କିନ୍ତୁ ସ୍ଵଛ ଭାରତର ସ୍ୱପ୍ନ ଆଜି ମଧ୍ୟ ପୂରଣ ହୋଇପାରିନି | ଗାନ୍ଧିଜୀ କହିଥିଲେ ସ୍ୱଛତା ସ୍ଵତନ୍ତ୍ରତା ଠାରୁ ଅଧିକ ଗୁରୁତ୍ୱପୂର୍ଣ | ରାଷ୍ଟ୍ର ପିତାଙ୍କର ସେହି ସ୍ଵଛ ଭାରତରେ ସ୍ବପ୍ନ କୁ ସାକାର କରିବା ପାଇଁ ବର୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଅକ୍ଟୋବର ୨୦୧୪ ରେ ମହତ୍ମା ଗାନ୍ଧୀଙ୍କର ଜୟନ୍ତି ଅବସରରେ ଭାରତ ବ୍ୟାପି ସ୍ଵଛ ଭାରତ ଅଭିଯାନ ଆରମ୍ଭ କରିଥିଲେ | ତାହାର ଲକ୍ଷ ଥିଲା ୨୦୧୯ ପ୍ରଯନ୍ତ ମହତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତି ଅବସରରେ ପ୍ରକୁତ ଶ୍ରଦ୍ଧାଞ୍ଜଳି ଏହି ସ୍ଵଛ ଭାରତ ଅଭିଯାନ କେବଳ ଏକ ସ୍ଲୋଗ୍ରାମ ନଥିଲା ଏହା ଥିଲା ପ୍ରତୋକ ଭାରତୀୟଙ୍କର ଉତ୍ତର ଦାୟିତ୍ୱ ଯାହାକୁ ଆଖି ଆଗରେ ରଖୀ ଆଜି ସମଗ୍ର ଭାରତ ବର୍ଷରେ ସ୍ଵଛ ଭାରତ ଅଭିଯାନ ଚାଲିଛି ଏହି ଅବସରେ ଗୁରୁ ନାନକ ପ ବ୍ଲିକ ସ୍କୂଲ ବ୍ରହ୍ମପୁର ତା ୧୫/୯/୨୨ ଠାରୁ ୨୩/୯/୨୨ ପ୍ରଯ୍ୟନ୍ତ ସ୍ୱଛତା ସପ୍ତାହ ପାଳନ କରାଯାଉଛି ଏହାକୁ ପବ୍ଲିକ ରାଲି ଦ୍ୱାରା ଉନ୍ମୋଚନ ତା -୧୯/୯/୨୨ ରେ କରାଯାଇଛି ଏଏହି ଅବସରରେ ସ୍କୂଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଭିର୍ଣ୍ଣ ଫ୍ଲାଗ କାର୍ଡ ସହ ସ୍ୱଛତାର ଶ୍ଳୋଗ୍ରାମ ଦେଇ ଗିରି ରୋଡ ଠାରୁ ଗୀତଭବନ ଦେଇ ହିଲପାଟଣା ପରିଭ୍ରମଣ କରିଥିଲେ ଓ ସର୍ବସାଧାରଣ ମନରେ ସ୍ୱଛତା ପ୍ରତି ଜାଗରଣ ସୃଷ୍ଠି କରିବାର ଚେଷ୍ଠା କରିଥିଲେ |
Post a Comment