//BREAKING//
Loading...

ପିତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଅସହାୟ ଙ୍କୁ ଖାଦ୍ୟଓ ବସ୍ତ୍ର ବଣ୍ଟନ ।


 

ବେଲଗୁଣ୍ଠା- ୧୭/୦୯ (ସ୍ୱତନ୍ତ୍ର ନ୍ୟୂଜ଼ )

 କଥାରେ ଅଛି ମାନବ ସେବା ହିଁ ମାଧବ ସେବା ।  ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ବା ବିଶ୍ୱାସ କରୁଥିବା ଆରପାରିର ପୂର୍ବ ପୁରୁଷଙ୍କୁ ସନ୍ତୁଷ୍ଟ କରିବାକୁ  ଚଂହୂଥିଲେ ଗରିବ ଅସହାୟ ଯେଉଁ ମାନେ ଦିନକୁ ଦୁଇଓଳି ଠିକ ଭାବେ ଖାଇବାକୁ ପାଉନାହାନ୍ତି ଯେଉଁ ମାନଙ୍କର କେହି ଆପଣାର ନାହାନ୍ତି ସେଭଳି ବ୍ୟକ୍ତିତ୍ୱ କୁ ଯଦିଆମେ ସନ୍ତୁଷ୍ଟ କରିପାରିବା ତାହାହେଲେ ଆମ ପୂର୍ବୋପୁରୁଷ ସନ୍ତୁଷ୍ଟ ହୋଇପାରିବେ ଏଭଳି ଆଶା ରଖି ଜଗନ୍ନାଥପ୍ରସାଦ ବ୍ଲକ କଲ୍ୟାଣପୁର ଗ୍ରାମର ମୃତ୍ୟୁଞ୍ଜୟ ପଟ୍ଟନାୟକ  ନିଜ ପିତାଙ୍କ ଶ୍ରାଦ୍ଧ ବର୍ଷିକରେ ବାର ଜଣ ଅସହାୟ ବୃଦ୍ଧ ବୃଧାଙ୍କୁ ଖାଦ୍ୟ ଓ ବସ୍ତ୍ର ପ୍ରଦାନ କରିବା ସହ ସେମାନଙ୍କ ମୁଂହରେ କିଛି କ୍ଷଣ ପାଇଁ ହସ ଫୁଟାଇଛନ୍ତି । ଏହିମାନେହିଁ ନର ରୂପୀ ନାରାୟଣ ବୋଲି ସେ ମନେକରୁଥିବା ପ୍ରକାଶ କରିଛନ୍ତି । ନିଜ ଜନ୍ମସ୍ଥାନ କଲ୍ୟାଣପୁର ହୋଇଥିବା ବେଳେ ସେ କୋରାପୁଟ ଜିଲ୍ଲା ଜୟପୁର ରେ  ଏକ ପ୍ରାଇଭେଟ କମ୍ପାନୀରେ କାର୍ଯ୍ୟରତ ଅଛନ୍ତି ତାଙ୍କ ପିତା ବାଳକୃଷ୍ଣ ପଟ୍ଟନାୟକ ଗତ ଦୁଇବର୍ଷ ପୁର୍ବେ ଏହି ଦିନରେ ଆରପାରିକୁ ଚାଲିଯାଇଥିଲେ ବାପାଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଗାଁ କୁ ଆସିଥିବା ବେଳେ ତାଙ୍କର ଏଭଳି ମନୋଭାବ ଓ କାର୍ଯ୍ୟ କୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିଛନ୍ତି । ସେ ପିଲାବେଳୁ ଜଣେ ସତ୍ୟସାଇ ସଂଗଠନ ର ବାଳବିକାଶ ଛାତ୍ର ଥିଲେ । ବିଭିର୍ଣ୍ଣ ସମୟରେ ସେବା ମନୋଭାବ ନେଇ ସେ ଏଭଳି ନିଆରା କାର୍ଯ୍ୟ କରିଥାନ୍ତି । ସେ କାର୍ଯ୍ୟକରୁଥିବା ଜୟପୁର ରେ ମଧ୍ୟ ଏଭଳି କାର୍ଯ୍ୟପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟରେ ତାଙ୍କ ମା ପ୍ରମିଳା ପଟ୍ଟନାୟକ ଓ ଦୁଇ ଭାଇ ଧନଞ୍ଜୟ ଓ ଜନ୍ମେଜୟ ମଧ୍ୟ ସହଯୋଗ କରିଛନ୍ତି । କଲ୍ୟାଣପୁର ସତ୍ୟସାଇ ସଂଗଠନର କିଛି ବାଳବିକାଶ ଛାତ୍ରଛାତ୍ରୀ ଙ୍କୁ ନେଇ ସେ ଏହି କାର୍ଯ୍ୟକ୍ରମ କରିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe