//BREAKING//
Loading...

ଯାତ୍ରୀବାହୀ ବସ୍ ଧକ୍କାରେ ମହିଳାଙ୍କର ମୃତ୍ୟୁ

 



ବ୍ରହ୍ମପୁର,୩/୯/୨୨: ( ସ୍ୱତନ୍ତ୍ର ନିୟୁଜ଼ )ସଦର ଥାନା ଅନ୍ତର୍ଗତ ରଘୁନାଥପୁର ନିକଟରେ ଏକ ଯାତ୍ରୀବାହୀ ବସ୍ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ରଘୁନାଥପୁର ଗ୍ରାମର ମାଳତୀ ଗୌଡ଼ (୫୮) ।ମାଳତୀ ନିଜ କାମ ସାରି କୁକୁଡାଖଣ୍ଡିରୁ ନିଜ ଗ୍ରାମ ରଘୁନାଥପୁର ଯାଉଥିବା ବେଳେ ଗ୍ରାମଠାରୁ ଅଳ୍ପ କିଛି ଦୂରତାରେ ଦ୍ରୁତଗତିରେ ଯାଉଥିବା ଏକ  ଯାତ୍ରୀବାହି ବସ୍(ଓଡି-୦୭ଡବ୍ଲୁ- ୯୫୧୪)ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମାଳତୀ ମୃତ୍ୟୁ ବରଣ କରିଥିଲେ ।ଏହି ଘଟଣା ସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ୍ କୁ ଜବତ କରିବା ସହ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିବା ନେଇ ଥାନା ଅଧିକାରୀ ମହେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ଅନ୍ୟପକ୍ଷେ କୁକୁଡାଖଣ୍ଡିରୁ ରଘୁନାଥପୁର ପର୍ଯ୍ୟନ୍ତ ଦୁଇ କିମି ରାସ୍ତା ସମ୍ପୂର୍ଣ ଅନ୍ଧକାର ରହୁଥିବାରୁ ଉକ୍ତ ସ୍ଥାନରେ ବହୁ ସମୟରେ ଦୁର୍ଘଟଣା ଘଟୁଛି । ତୁରନ୍ତ ଉକ୍ତ ସ୍ଥାନର ଉଭୟ ପାର୍ଶ୍ଵରେ ଷ୍ଟ୍ରୀଟ୍ ଲାଇଟ ଲଗାଇବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି 

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe