//BREAKING//
Loading...

ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଚର୍ଚ୍ଚ ରୋଡ଼ସ୍ଥିତ ଶାଖା ନଂ -1ର ଅଭିକର୍ତ୍ତା ସଂଘ ର 23ତମ ବାର୍ଷିକୀ ଉତ୍ସବ


 ବ୍ରହ୍ମପୁର

ତା 4.09.22(ସ୍ୱତନ୍ତ୍ର ନିୟୁଜ଼ )

ଭାରତୀୟ ଜୀବନ ବୀମା ନିଗମ ବ୍ରହ୍ମପୁର ଚର୍ଚ୍ଚ ରୋଡ଼ସ୍ଥିତ  ଶାଖା ନଂ -1ର  ଅଭିକର୍ତ୍ତା ସଂଘ ର 23ତମ  ବାର୍ଷିକୀ ଉତ୍ସବ ଓ ସାଧାରଣ ସଭା ସବୁ ବର୍ଷ ପରି ସେପ୍ଟେମ୍ବର 4.9.22 ରିଖ ଦିନ ଗେଟ ବଜାର ସ୍ଥିତ NGO ହଲ ଠାରେ ମହା ସମାରୋହ ରେ ପାଳିତ ହୋଇଯାଇଛି

ଏଥିରେ ECZ ର ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମହାନ୍ତି, ବ୍ରହ୍ମପୁର ମଣ୍ଡଳ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଦେବୀ ପ୍ରସାଦ ପାଢ଼ୀ, ଶାଖା ୧ ସଭପତି, ଶ୍ରୀଯୁକ୍ତ ସୁଦର୍ଶନ ମିଶ୍ର, ଶାଖା ସମ୍ପାଦକ ଶ୍ରୀଯୁକ୍ତ ଦେବେନ୍ଦ୍ର ପାତ୍ର, ଶାଖା କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଜାଗିଲି ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ

ଏହି ସଭା ରେ ପଲିସିଧାରୀ ମାନଙ୍କ ବୋନସ ବୃଦ୍ଧି ସହିତ, ଅଭିକର୍ତ୍ତା ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା

ଏହି ବର୍ଷ ପ୍ରଥମ ଥର ପାଇଁ ସଂଘ ଏଜେଣ୍ଟ ମାନଙ୍କର ପିଲାମାନଙ୍କୁ ଯୁକ୍ତ 2 ଓ ମାଟ୍ରିକ ରେ 85% ରୁ ସର୍ବାଧିକ ରଖିଥିବା ପିଲାମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯାଇଥିଲା

ଉକ୍ତ ସଭା ରେ 200 ରୁ ଉର୍ଦ୍ଧ ଅଭିକର୍ତ୍ତା ଉପସ୍ଥିତ ରହି ଏହି ସଭା କୁ ସଫଳ କରିଥିଲେ

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe