//BREAKING//
Loading...

ଶିଶୁ ଭଳି ଦେଖାଯାଉଛି ୨୦ବର୍ଷର ଯୁବତୀ

 



ରାସ୍ତାରେ ପଡ଼ି କାନ୍ଦୁଥିବା ରାଣୀଙ୍କ ମୁହଁରେ ଏବେ ହସଁ



ସହକାରୀ ଜିଲ୍ଲାପାଳଙ୍କ ଉପସ୍ଥିତରେ ରାଣୀଙ୍କ ଚିକିତ୍ସା ହେଲା ଆରମ୍ଭ 


ବ୍ରହ୍ମପୁର,୪/୯/୨୨: (ସ୍ୱତନ୍ତ୍ର ନ୍ୟୁଜ )ଲକ୍ଷ୍ମୀନୃସିଂହ ସାହିର ଅସହାୟ ଯୁବତୀ ରାଣୀଙ୍କ ଦୁଃଖ ଦୁର୍ଦଶାକୁ ନେଇ ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ମିଳିଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଆଜି ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ରାଣୀଙ୍କ ସାକ୍ଷାତ କରିଛନ୍ତି । ଅସହାୟ ରାଣୀଙ୍କୁ ଟିମ୍ କ୍ଲିନ୍ ସିଟିର ସଦସ୍ୟମାନେ ତାଙ୍କୁ ଉଠାଇ ଆଣି  ଏମକେସିଜିରେ ଭର୍ତି କରିଥିଲେ  । ବର୍ତ୍ତମାନ ଏମକେସିଜିରେ ରାଣୀଙ୍କ ଚିକିତ୍ସା ଚାଲିଥିବା ବେଳେ ଆଜି ସହକାରୀ ଜିଲ୍ଲାପାଳ ବିନୋଦ ବେହେରାଙ୍କ ଉପସ୍ଥିତରେ ରାଣୀଙ୍କ  ଚିକିତ୍ସା ଆରମ୍ଭ ହୋଇଛି । ପ୍ରାଥମିକ ସ୍ତରରେ ରାଣୀଙ୍କ ହାତ ଗୋଡ଼ର ଏକ୍ସରା ବାହାର କରାଯାଇଛି । ଦୁଇ ସପ୍ତାହର ବ୍ୟବଧାନ ପରେ ରାଣୀର ମୁହଁରେ ହଁସ ଫୁଟିଛି । ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀନୃସିଂହ ସାହି ଦ୍ଵିତୀୟ ଲାଇନ ଠାରେ  ରହୁଥିଲେ ରାଣୀଙ୍କ ବାପା ସତ୍ୟ ମହାରଣା ଏବଂ ତାଙ୍କ ପରିବାର । ସତ୍ୟଙ୍କ ସାନ ଝିଅ ନିଲାମା ମହାରଣା । ଯାହାର ଡାକ ନାମ ରାଣୀ । ରାଣୀ ଜନ୍ମ ହେବା ପରେ ବାପା ସତ୍ୟଙ୍କ ମୃତ୍ୟୁ ଘଟିଥିଲା । ପରେ ଘରେ ମା ଦୁଇ ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ବାହାରେ କାମ କରି ପରିବାର ଚଲାଉଥିଲେ । ଝିଅ ଓ ପୁଅମାନେ ଧିରେ ଧିରେ ବଡ଼ ହେବା ପରେ କାମରେ ଲାଗିଲେ । ସବୁ ଠିକ୍‌ଠାକ୍ ଚାଲିଥିଲା । ହେଲେ ସାନ ଝିଅ ରାଣୀଙ୍କୁ ୧୩ ବର୍ଷ ହୋଇଥିବା ବେଳେ ସେ ରୋଗରେ  ପୀଡ଼ିତ ହୋଇଥିଲେ । ଅର୍ଥାଭାବରୁ ସଠିକ୍ ଚିକିତ୍ସା ନ ପାଇବା ଯୋଗୁଁ ସେ ଧିରେ ଧିରେ ଚାଲି ପାରିନଥିଲେ । ହେଲେ ମଧ୍ୟ ରାଣୀ ଛୋଟ ମୋଟ କାମ କରି ଟଙ୍କା ଉପାର୍ଜନ କରୁଥିଲେ । ହେଲେ ଉକ୍ତ ପରିବାର ପ୍ରତି ଦଇବ ସାହା ହୋଇନଥିଲା । ରାଣୀଙ୍କ ମାଆ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇଥିଲେ । ଫଳରେ ସେ କାମ କରିବାକୁ ଯାଇପାରି ନଥିଲେ । ପରିବାର ପୋଷଣରେ ନାନା ଅସୁବିଧା ସୃଷ୍ଟି ହୋଇଥିଲା । ଗୋଟିଏ ପଟେ ସାନ ଝିଅର ଅବସ୍ଥା ଦିନକୁ ଦିନ ଖରାପ ହେଉଥିବା ବେଳେ ମା ସକୁନ୍ତଳାଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଥିଲା । ଇତି ମଧ୍ୟରେ ବଡ ଝିଅ ବିବାହ କରି ଶାଶୂ ଘରକୁ ଚାଲିଗଲା । ହଠାତ୍ ୨୦୨୨ ଫେବୃୟାରୀ ମାସରେ ମାଆ ସକୁନ୍ତଳାଙ୍କ ମୃତ୍ୟୁ ଘଟିଥିଲା । ଘରେ ୨୦ ବର୍ଷ ଭଉଣୀ ରାଣୀଙ୍କୁ ନେଇ ସାନ ଭାଇ ଘର ଚଲାଇବାକୁ ଚେଷ୍ଟା ଜାରି ରଖିଥିଲା । ହେଲେ ଘର ଭଡା ଦେଇ ନ ପାରିବାରୁ ମାଲିକ ମଧ୍ୟ ଘରୁ ବାହାର କରିଦେଲା । ଭଉଣୀର ଅବସ୍ଥା ଦିନକୁ ଦିନ ଖରାପ ହେବା ସହ ତାହାର ଦୁଇଟି ଗୋଡ ଏବଂ ହାତ ଅକାମୀ ହେବାରେ ଲାଗିଲା । ବାଧ୍ୟ ହୋଇ କିଛି ଦିନ ପୂର୍ବେ ସାନ ଭାଇ କିଛି ଉପାୟ ନ ସାନ ଭଉଣୀ ରାଣୀଙ୍କୁ ସାହିରେ ଛାଡି କେଉଁ ଆଡେ ଚାଲିଗଲା ।

ରାସ୍ତା କଡରେ ରାଣୀ ପଡିଥିବା ଦେଖିବା ବେଳେ ହଠାତ ଟିମ୍ କ୍ଲିନ୍ ସିଟିର ସଦସ୍ୟଙ୍କ ନଜରରେ  ପଡ଼ିଥିଲା ।  ଟିମ୍ କ୍ଲିନ୍ ସିଟିର ସଦସ୍ୟମାନେ ରବିବାର ଦିନ ତାଙ୍କୁ ଆଣି ଏମକେସିଜିରେ ଭର୍ତି କରିଥିଲେ । ବର୍ତମାନ ରାଣୀ ଏମକେସିଜି ମେଡିକାଲର ଡାଇରିଆ ୱାର୍ଡର ୯୮୭ ନମ୍ବର ୱାର୍ଡରେ ରହିଛନ୍ତି । ରାଣୀଙ୍କ ହାତଟି ଭାଙ୍ଗି ଯାଇଥିବା ବେଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି । ବର୍ତମାନ ରାଣୀଙ୍କୁ  ପ୍ରଶାସନ , ମେଡିକାଲ କର୍ତୁପକ୍ଷ ଏବଂ ଟିମ୍ କ୍ଲିନ୍ ସିଟିର ସଦସ୍ୟମାନେ ଔଷଧଠାରୁ ଆରମ୍ଭ କରି ଖାଇବା ଓ ଅନ୍ୟାନ୍ୟ ସୁବିଧା ଯୋଗାଉଛନ୍ତି ।ରାଣୀଙ୍କ ନିକଟକୁ ଦେଖିବା ପାଇଁ ଗଲେ ସେ କାନ୍ଦି କାନ୍ଦି ଏକୁଟିଆ ଲାଗୁଥିବା କଥା କହିବା ସହ ସାଙ୍ଗ ସାଥୀଙ୍କୁ ମନେ ପକାଉଥିବା ବେଳେ ଆଜିର ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବାରୁ ତାଙ୍କ ମୁହଁରେ ହଁସ ଦେଖିବାକୁ ମିଳିଥିଲା । ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ସେ କେବେ ପୁଣି ପୂର୍ବ ଭଳି ଚାଲାବୁଲା କରିବେ ବୋଲି ବାରମ୍ବାର ପଚାରୁଛନ୍ତି ।  ବର୍ତ୍ତମାନ ପ୍ରଶାସନ ,ମେଡିକାଲ କର୍ତୁପକ୍ଷ ରାଣୀଙ୍କ  ଚିକିତ୍ସା ଜାରି ରଖିଥିବା ବେଳେ  ସେ ବହୁ ଜଲ୍ଦି ସୁସ୍ଥ ହେବେ ବୋଲି ଆଶା କରିଛନ୍ତି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe