//BREAKING//
Loading...

ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ଘଟଣା


 


ଘଟଣା ସ୍ଥଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ତନାଘନା ଜାରି


ବ୍ରହ୍ମପୁର,୪/୯/୨୨/: ( ସ୍ୱତନ୍ତ୍ର ନ୍ୟୂଜ଼ )  ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମ୍‌କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ଥିବା ଏକ ଔଷଧ ଦୋକାନର ତାଲା ଭାଙ୍ଗି ଟଙ୍କା ଲୁଟ୍ ହୋଇଛି । ଏହି ଘଟଣାର ଅଭିଯୋଗ ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନାଯୋଜ୍ୟ ଯେ ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ଓ ବୈଦ୍ୟନାଥପୁର ଥାନା ଠାରୁ ମାତ୍ରା କିଛି ଦୂର ତଥା ଏମ୍‌କେସିଜି ମେଡ଼ିକାଲ ମୁଖ୍ୟ ଫାଟକ ସାମ୍ନାରେ ଶୈଳେନ୍ଦ୍ର କୁମାର ଦାସଙ୍କ ଏକ ଔଷଧ ଦୋକାନ ରହିଛି । ଶୈଳେନ୍ଦ୍ର ଗତ କାଲି ରାତ୍ରରେ ତାଙ୍କ ଦୋକାନ ବନ୍ଦ କରି କରି ଘରକୁ ଫେରିଥିଲେ । ସେ ଆଜି ସକାଳେ ଦୋକାନ ଖୋଲିବାକୁ ଆସିଥିବା ବେଳେ ତାଙ୍କ ଦୋକାନର ୨ଟି ତାଲା କଟା ଯାଇଥିବା ଦେଖିଥିଲେ । ଦୋକନ ଭିତରୁ ଯାଇ ଦେଖିବା ବେଳେ ଦୋକାନରେ ଥିବା ୧୭ ହଜାର ଟଙ୍କା ସହ ଏକ ମୋବାଇ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହା ସହ ଚୋର ମାନା ବ୍ୟବହାର କରିଥିବା ଏକ ତାଲା କଟ୍‌ର ଛାଡ଼ି ଯାଇଥିବା ଦେଖି ଥିଲେ । ଏ ନେଇ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଉକ୍ତ କଟ୍‌ରକୁ ଜବତ କରିଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe