ବ୍ରହ୍ମପୁର :( ସ୍ୱତନ୍ତ୍ର ନିୟୁଜ଼ )ସ୍ଥାନିୟ ଗଞ୍ଜାମ କଳାପରିଷଦ ଭାଷା ଭବନ ଠାରେ ତାରା ତାରିଣି ସାହିତ୍ଯ ସଂସଦର ମାସିକ ସାହିତ୍ଯ ଆସର ସଂସଦର ସଭାପତି ଡକଟର ପ୍ରକାଶ ଚଂଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ା ପ୍ରଥମେ ପ୍ରଦିପ ପ୍ରଜ୍ଜଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ଡାକ୍ତର ପ୍ରଦିପ ଚଂଦ୍ର ସିଂହ ଉଦଘାଟନ କରିଥିଲେ ମୁଖ୍ଯ ଅତିଥି ମେଜର ରମା ରମଣ ପାଢୀ ଆଜିର ସମୟରେ ଯୁବ ଲେଖକଙ୍କ ଭୁମିକା ଉପରେ ଆଲୋଚନା କରିଥିଲେ ା ଅନ୍ଯତମ ଅତିଥି ଡାକ୍ତର ରାଜେଂଦ୍ର କୁମାର ବେହେରା ଓଡିଆ ଭାଷାରେ କିପରି ଅଧିକରୁ ଅଧିକ ଲେଖା ପ୍ରକାଶ ପାଇବ ତାହା ଉପରେ ଆଲୋଚନା କରିଥିଲେ ା ମୁଖ୍ଯବକ୍ତା କବି ଶିକ୍ଷାବିତ ମିହିର ରଞ୍ଜନ ତ୍ରିପାଠି ଓଡିଆ ସାହିତ୍ଯରେ ଶିକ୍ଷାର ମାନ କିପରି ଆଗେଇବ ତାହା ଉପରେ ଆଲୋଚନା ମାଧ୍ଯମରେ କହିଥିଲେ ସମ୍ନାନିୟ ଅତିଥି କବି ପ୍ରଫୁଲ କୁମାର ତ୍ରିପାଠି, କବି ସୁଧିର କୁମାର ପଣ୍ତା, କବୟତ୍ରି ଆର ସୁନନ୍ଦା ଚୌଧିରି ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ କବି ଡାକ୍ତର ପ୍ରଦିପ ଚଂଦ୍ର ସିଂହଙ୍କ ପୁସ୍ତକ ଭଙ୍ଗା କୁଡିଆରେ ଜହ୍ନ, ହନୁମାନ ଲୀଳାମୃତକୁ ମୁଖ୍ଯ ଅତିଥି ଉନ୍ନୋଚନ କରିଥିଲେ ଦ୍ବିତିୟ ଅଧିବେସନରେ କବିତା ପାଠସ୍ଢବରେ କବି ବି ସତ୍ଯମ ଆଚାରି, ଭାସ୍କର ରାଉତ, ପ୍ରମୋଦ କୁମାର ପଣ୍ତା, ପଦ୍ମିନି ମିଶ୍ର, ମଧୁସ୍ମିତା ସାହୁ, ମିହିର ଶର୍ମା, ସୁଚେତା ପାଣିଗ୍ରାହି, ନିହାରିକା ସାହୁ,ସଂହିତା ମହାନ୍ତି ପ୍ରମୁଖ କବିତା ପାଠ କରିଥିଲେ ାଶେଷରେ ଅନୁଷ୍ଠାନର ସମ୍ଫାଦିକା ଶ୍ରୀମତି ସୁଜତା ଶତପଥି ଧନ୍ଯବାଦ ଦେଇଥିଲେ ା
ସ୍ଥାନିୟ ଗଞ୍ଜାମ କଳାପରିଷଦ ଭାଷା ଭବନ ଠାରେ ତାରା ତାରିଣି ସାହିତ୍ଯ ସଂସଦର ମାସିକ ସାହିତ୍ଯ ଆସର
By: SWATANTRA NEWS
0
Tags
ଖବର ଏବେ ଏବେ
Post a Comment