//BREAKING//
Loading...

ମନମୋହୁଚି ବ୍ରହ୍ମପୁରର ସବୁଠାରୁ ବଡ଼ ପଞ୍ଚମୁଖୀ ଗଣେଶ


 


ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରେ ବ୍ରହ୍ମପୁର ସହରର ସବୁଠାରୁ ବଡ଼

ପଞ୍ଚମୁଖୀ ଗଣେଶ ମୂର୍ତ୍ତି 


ବ୍ରହ୍ମପୁର,୩/୯/୨୨/(ସ୍ୱତନ୍ତ୍ର ନିଉଜ଼ ): ଚଳିତବର୍ଷ ବିଘ୍ନବିନାଶକ ପ୍ରଭୁ ଗଜାନନଙ୍କ ପାର୍ବଣ ଋତୁ ହୋଇଛି ଉତ୍ସବ ମୁଖର । ପୁରପଲ୍ଲୀ ଠାରୁ ସହରର ସମସ୍ତ ଗଳିକନ୍ଦିରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ।  କରୋନା କଟକଣା ହେତୁ ଦୀର୍ଘ ଦୁଇବର୍ଷ ପରେ ପାଳିତ ହେଉଛି ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା । ବିଭିନ୍ନ ରୂପରେ ଗଣପତିଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବେଶ୍ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ରଙ୍ଗବିରଙ୍ଗ ତୋରଣ ସାଜସଜ୍ଜା କୁ ଦୁଲୁକୁଚି ପୂଜା ପ୍ୟାଣ୍ଡଲ । ଭଳିକି ଭଳି ଗଣେଶଙ୍କ ପ୍ରତିମା ବେଶ୍ ଆକର୍ଷିତ କରୁଛି ଶ୍ରଦ୍ଧାଳୁଙ୍କ ମନକୁ । ବଡବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ମେଢ, ଆଲୋକ ସଜ୍ଜାରେ ସହରରେ ପାଖାପାଖି ୧୦ ରୁ ୧୫ ଟି ପୂଜା ମଣ୍ଡପ ଗୁଡିକର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଛି । ଯାହାକି ସନ୍ଧ୍ୟା ହେବା ମାତ୍ରେ ଆଖପାଖ ଅଞ୍ଚଳର ସମେତ ସହରର ବହୁ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି । ବିଶ୍ଵାସ ଓ ଶ୍ରଦ୍ଧାର ପ୍ରତୀକ ଗଜାନନଙ୍କ ଆବାହନ ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଚଳିତବର୍ଷ ଆଡମ୍ବର ପୂର୍ଣ୍ଣ ଭାବେ ଗଣେଶ ପୂଜା ପାଳନ କରାଯାଉଛି ।ଓଁ ନମଃ ଗଣେୟାୟ ନମଃ ମନ୍ତ୍ରପାଠ, ଧୂପ, ଦୀପରେ ଦିନ ତମାମ ସମସ୍ତ ମଣ୍ଡପ ଗୁଡ଼ିକ କମ୍ପମାନ ହେଉଛି । ବ୍ରହ୍ମପୁରର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିରେ ସହରର ସର୍ବଶ୍ରେଷ୍ଠ ଗଣେଶ ଙ୍କ ପ୍ରତିମା ଦେଖିବାକୁ ମିଳିଛି । ସ୍ଥାନୀୟ ଯୁବକ ସଙ୍ଘ ପକ୍ଷରୁ ୧୫ଫୁଟ ଉଚ୍ଚତା ବିଶିଷ୍ଠ ପଞ୍ଚମୁଖୀ ଗଜାନନାଙ୍କ ମୂର୍ତ୍ତି ବେଶ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହା ଲାଞ୍ଜିପଲ୍ଲୀ,ଆଙ୍କୁଲି, ଗୋଶାଣିନୁଆଗାଁ, କମାପଲ୍ଲୀ ଏବଂ ଏହାର ପାଖ ଅଂଚଳର ସବୁ ଠାରୁ ଉଚ୍ଚତା ବିଶିଷ୍ଠ ବଡ଼ ମୂର୍ତ୍ତି ବୋଲି ଜଣାପଡ଼ିଛି । ସନ୍ଧ୍ୟା ହୋଇଗଲେ ଏଠାରେ ଶ୍ରଦ୍ଧାଙ୍କ ଭିଡ଼ ଜମୁଥିବା ଜଣାପଡ଼ିଛି । ପୁରା ସାହିକୁ ଆଲୋକମାଳାରେ ସୁସଜ୍ଜିତ କରିଛନ୍ତି ସ୍ଥାନୀୟ ଯୁବକ ସଙ୍ଘ । ଚଳିତ ବର୍ଷ ବ୍ରାହ୍ମଣ ସାହି ଯୁବକ ସଙ୍ଘର ସଦସ୍ୟମାନେ ବହୁତ ଉତ୍ସାହର ସହିତ ପୂଜା କରୁଥିବା ବେଳେ ଆସନ୍ତା ୧୧ ତାରିଖରେ ବିସର୍ଜନ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣସାହି ଯୁବକ ସଙ୍ଘ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe