//BREAKING//
Loading...

ବେଆଇନ୍ ବାଲି ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଚାଳକ ଗିରଫ

 

ବେଲଗୁଣ୍ଠା, 08/09,(ସ୍ୱତନ୍ତ୍ର ନ୍ୟୁଜ )ବେଆଇନ୍ ବାଲି ଚାଲାଣ ବେଳେ ଦୁଇ ଟ୍ରାକ୍ଟର ଚାଳକଙ୍କୁ ଗିରଫ ଗିରଫ କରିବା ସହିତ ଦୁଇଟି ଟ୍ରାକ୍ଟରକୁ ଜବତ କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବଙ୍କା ନିକଟସ୍ଥ ବାଲି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ପୋଲିସ୍ କିରାପଲ୍ଲୀ ଠାରେ ଚଢ଼ାଉ କରି ସେଠାରୁ OD32C0124 ନମ୍ବର୍ ବିଶିଷ୍ଟ ଟ୍ରାକ୍ଟର୍ ଏବଂ OD32C0125 ନମ୍ବର୍ ବିଶିଷ୍ଟ ଡାଲା ଜବତ କରିବା ସହିତ ଏହାର ଚାଳକ ତାମନାଡ଼ ଗ୍ରାମର ମୁନା ନାଇକ (27) କୁ ଗିରଫ କରିଥିଲା I ସେହିପରି ଏକ ନମ୍ବର୍ ବିହୀନ ଡାଲା ଯୁକ୍ତ ଟ୍ରାକ୍ଟର୍ କୁ ଜବତ କରିବା ସହିତ ଏହାର ଚାଳକ ଆମ୍ବପୁଆ ଗ୍ରାମର ସାରୀଆ ନାଇକକୁ ଗିରଫ କରିଥିଲା I ଏନେଇ ବେଲଗୁଣ୍ଠା ପୋଲିସ୍ ମୁନା ବିରୁଦ୍ଧରେ 272/22 ଏବଂ ସାରୀଆ ବିରୁଦ୍ଧରେ 273/22 ରେ ଦୁଇଟି ପୃଥକ୍ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I





Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe