ପାତ୍ରପୁର--୯/୯/୨୨( ସ୍ୱତନ୍ତ୍ର ନ୍ୟୁଜ )ଓଡ଼ିଆ ସାହିତ୍ୟ ସମାଜ ଆନୁକୂଲ୍ୟରେ ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀଭରତପତି ମହାବିଦ୍ୟାଳୟ ରେ ଶୁକ୍ରବାର "ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା" ବିଷୟ ସମ୍ବଳିତ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ରୁ ଆସିଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ପଣ୍ଡିତ ଡ଼. ଅନ୍ତର୍ଯ୍ୟାମୀ ମିଶ୍ର ଆଲୋଚକ ଭାବେ ପାଠଚକ୍ର ରେ ଯୋଗଦେଇ ବିଭିନ୍ନ ଭାଷାର ସୃଷ୍ଟି ଓ ବ୍ୟବହାର ଉପସରେ ବିସ୍ତୃତ ଭାବରେ ଉପସ୍ଥିତ ଛତ୍ରଛାତ୍ରୀଙ୍କୁ ବୁଝେଇବା ସହିତ ଓଡ଼ିଆ ଭାଷାର ଇତିହାସ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଭାଷା ହେଉଛି ଜ୍ଞାନ ଓ ବିଜ୍ଞାନ ର ବସ୍ତୁ କିନ୍ତୁ ସାହିତ୍ୟ ହେଉଛି କଳ୍ପନାର ବସ୍ତୁ ବୋଲି ଆଲୋଚକ ଶ୍ରୀ ମିଶ୍ର କହିଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧକ୍ଷ ସଭାପତିତ୍ୱ କରିଥିବା ବେଳେ ଡ଼.ଅଶୋକ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାୟାରାଣୀ ମିଶ୍ର,ଅଧ୍ୟାପକ ବିଭୀଷଣ ଭୂୟାଁ, ସୁଧାକର ପତି ଓ ଗଣନାଥ ନାୟକ ପ୍ରମୁଖ ପାଠଚକ୍ର ରେ ମଞ୍ଚାସିନ ଥିଲେ । ଛାତ୍ରୀ ନିବେଦିତା ପ୍ରଧାନ ,ଆଶା ପ୍ରଧାନ ଓ ଲକ୍ଷ୍ମୀକାନ୍ତ ନାୟକ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ମୌସୁମୀ ପ୍ରିୟା ପାଢ଼ୀ,ସସ୍ମିତା ବେହେରା ଓ ମିତାଲି କୁଣ୍ଡ ପ୍ରମୁଖ ଅତିଥିଙ୍କୁ ଫୁଲ ଚନ୍ଦନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମ ରେ ଡ଼. ଜୟପ୍ରକାଶ ପାଢ଼ୀ,ଶୁଭ୍ରତା ପାଣିଗ୍ରାହୀ,ଡ଼. ସଂଜୟକୁମାର ପଣ୍ଡା ,ଡ. ରମେଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସହ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ପାଠଚକ୍ର ପରେ ଆଲୋଚକ ଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Post a Comment