22/9/22( ସ୍ୱତନ୍ତ୍ର ନ୍ୟୂଜ଼ )ବ୍ରହ୍ମପୁର ଧର୍ମନଗର ଏସଏମ୍ ଏସଏକ୍ସ ପବ୍ଲିକ ସ୍କୁଲ ନାମରେ ଆସିଛି ସଙ୍ଗୀନ ଅଭିଯୋଗ l ଏସଏମ୍ ଏସଏକ୍ସ ପବ୍ଲିକ ବୋର୍ଡିଂ ସ୍କୁଲରେ ନିଜ ପିଲା ମାନଙ୍କୁ ପଢାଇ ବିଭିନ୍ନ ଅଭିଭାବକ ଠକେଇର ଶିକାର ହୋଇଥିବା ଜଣାପଡିଛି l ଏନେଇ ଆଜି ବହୁ ଅଭିଭାବକ ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି l ସୁଚନା ପ୍ରକାରେ ଗଇଲୁଣ୍ଡିର ମହିଳା ପ୍ରମିଳା ପାତ୍ର ଲକ୍ଷାଧିକ ଟଙ୍କା ପୈଠ କରି ତାଙ୍କ ପୁଅ ଦଶମ ଶ୍ରେଣୀ ପଢ଼ି,ଏହି ସ୍କୁଲରେ ପାସ୍ କରିଥିବା ବେଳେ ତାଙ୍କୁ କର୍ଣ୍ଣାଟକ ରାଜ୍ୟର ଏକ ପାସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଯାହାକି ଓଡ଼ିଶାରେ ବୌ୍ଧ ନୁହଁ ଏବଂ ସଂପୂର୍ଣ୍ଣ ନକଲି ବୋଲି ଜଣା ପଡିଥିଲା l ଏନେଇ ସେ ଏସଏମ୍ ଏସଏକ୍ସ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଶୁଶାନ୍ତ ପୃଷ୍ଟି ପଚାରିବାରୁ, ସ୍କୁଲର ପ୍ରିନ୍ସିପାଲ୍ ଓଲଟା ମମତା ପାତ୍ର ଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିବାର ଧମକ ଦେଇଥିଲେ l ଉକ୍ତ ସ୍କୁଲର ବହୁ ଅଭିଭାବକ ଏ ପ୍ରକାର ଠକେଇର ଶିକାର ହୋଇଛନ୍ତି l ସ୍କୁଲ କର୍ତୁପକ୍ଷ ଓ ପ୍ରିନ୍ସିପାଲ୍ ବିରୋଧରେ ଏକତ୍ରିତ ହୋଇ ସମାଜସେବୀ ଉତ୍ତମ ପାଣିଗ୍ରାହିଙ୍କ ନେତୃତ୍ୱରେ ବ୍ରହ୍ମପୁର ଟାଉନ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ l ତୁରନ୍ତ ଏସଏମ୍ ଏସଏକ୍ସ ପବ୍ଲିକ ସ୍କୁଲ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି
ଅଭିଭାବକ ମାନେ ଦାବି କରିଥିଲେ
ବ୍ରହ୍ମପୁରରୁ ଶ୍ରୀକାନ୍ତ କୁମାର ବେହେରା ଙ୍କ ରିପୋର୍ଟ
Post a Comment