//BREAKING//
Loading...

ଅମୀର କୁମାର ଭୂୟାଁ ଗଞ୍ଜାମ ଜିଲ୍ଳା ପ୍ରଦେଶ କଂଗ୍ରେସ୍ ର ସାଂଗଠନିକ ସଂଯୋଜକ ପାଇଁ ମନୋନିତ .


 

ବେଲଗୁଣ୍ଠା,22/09,( ସ୍ୱତନ୍ତ୍ର ନ୍ୟୂଜ଼ )ଗଞ୍ଜାମ ଜିଲ୍ଲାରେ କଡ଼ ଲେଉଟାଇବା ପାଇଁ କମର ବାନ୍ଧୁଛି ଜାତୀୟ କଂଗ୍ରେସ୍ I ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାରେ କରାଯାଉଛି ସାଂଗଠନିକ କର୍ମକର୍ତ୍ତା ପରିବର୍ତ୍ତନ I ବିଶେଷ କରି ଏହି ପରିବର୍ତ୍ତନରେ ଯୁବ ଗୋଷ୍ଠିଙ୍କୁ ପ୍ରଦେଶ କଂଗ୍ରେସ୍ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି I ଏହି ଅବସରରେ ଗଞ୍ଜାମ ଜିଲ୍ଳା କଂଗ୍ରେସ୍ ସାଂଗଠନିକ ଜିଲ୍ଳା ସଂଯୋଜକ ଭାବେ ବିଶିଷ୍ଟ ଯୁବନେତା ଅମୀର କୁମାର ଭୂୟାଁଙ୍କୁ ମନୋନୀତ କରାଯାଇଛି I ଜିଲ୍ଳା ସଂଯୋଜକ ଭାବେ ମନୋନୀତ ହେବା ପରେ ଅମୀର ସମଗ୍ର ଗଞ୍ଜାମ ଜିଲ୍ଲାରେ କଂଗ୍ରେସ୍ କୁ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି I ରାଜ୍ୟ ସରକାରଙ୍କ ଦୁର୍ନିତୀ ଏବଂ କେନ୍ଦ୍ର ସରକାରଙ୍କ ଗରୀବ ଶୋଷଣ ନୀତିକୁ ଜନ ସାଧାରଣଙ୍କ ନିକଟରେ ଉପସ୍ଥାପନ କରି ସେ ଜାତୀୟ କଂଗ୍ରେସ୍ ପାଇଁ ଜନମତ ସଂଗ୍ରହ କରିବେ ବୋଲି ପ୍ରକାଶ କରିଛନ୍ତି I ଶ୍ରୀ ଭୂୟାଁ ଜିଲ୍ଳା ସଂଯୋଜକ ଭାବେ ମନୋନୀତ ହେବା ପରେ ଗଞ୍ଜାମ ଜିଲ୍ଳାର କଂଗ୍ରେସ୍ ନେତା ଏବଂ କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି I

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe