ବେଲଗୁଣ୍ଠା, 24/09, ( ସ୍ୱତନ୍ତ୍ର ନ୍ୟୂଜ଼ )ଶୁକ୍ରବାର ବେଲଗୁଣ୍ଠା ପଞ୍ଚାୟତ ସମିତି ପରିସରରେ ଓଡ଼ିଶା ସାମାଜିକ ସୁରକ୍ଷା,ଉତ୍ତର ଦାୟିତ୍ୱ ଓ ସ୍ଵଚ୍ଛତା ସମିତି ଆନୁକୂଲ୍ୟରେ 2021-22 ଆର୍ଥିକ ବର୍ଷ ପାଇଁ ବ୍ଳକ୍ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା,ଜିଲ୍ଳା ସାମାଜିକ ସମୀକ୍ଷକ ରବୀନ୍ଦ୍ର ନାଥ ମଲାଣ,ଆଡିସନାଲ ପ୍ରୋଗ୍ରାମ୍ ଅଫିସର୍ ମିହିର କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ I ଏହା ସହ ସମସ୍ତ ଜିଲ୍ଲାପରିଷଦ ସଭ୍ୟ,ସମସ୍ତ ସରପଞ୍ଚ, ସମସ୍ତ ସମିତିସଭ୍ୟ,ଏମ୍ଆଇ ସେକ୍ସନ୍, ଆଇସିଡିଏସ୍ ସେକ୍ସନ୍ ଏବଂ ବିଏସ୍ଏସ୍ଓ ସେକ୍ସନ୍ ର ସମସ୍ତ କର୍ମଚାରୀ,ସମସ୍ତ କନିଷ୍ଠ ଯନ୍ତ୍ରୀ, ଜିଆରଏସ୍,ପିଇଓ ଏବଂ ବ୍ଳକ୍ ର ସମସ୍ତ କର୍ମଚାରୀ 2021-22 ଆର୍ଥିକ ବର୍ଷ ଅର୍ଥାତ୍ 2021 ମସିହା ଏପ୍ରିଲ ଠାରୁ 2022 ମସିହା ସେପ୍ଟେମ୍ବର ମଧ୍ୟରେ ମଞ୍ଜୁର୍ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକ ଉପରେ ଜନ ଶୁଣାଣି କରାଯାଇଥିଲା I ଏହି ଅବସରରେ ବିଡ଼ିଓ ରୋଶନ୍ ଶତପଥି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏପିଓ ମିହିର କୁମାର ବିଶ୍ୱାଳ 2021-22 ଆର୍ଥିକ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ I କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀ ମାନେ ପଞ୍ଚାୟତ ୱାରୀ ହୋଇଥିବା ଉନ୍ନୟନ କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥାପନ କରିଥିଲେ I ସହକାରୀ ନିର୍ବାହି ଯନ୍ତ୍ରୀ ଗିରିଧାରୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ବ୍ଳକ୍ ର ବିଭିନ୍ନ ପଂଚାୟତରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯିବା ସହିତ ଅଧପନ୍ତରିଆ ହୋଇ ପଡ଼ିଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ପାଇଁ ଶିବିରରେ ଆଲୋଚନା ହୋଇଥିବା I ସେହିପରି 2021-22 ଆର୍ଥିକ ବର୍ଷରେ ମଞ୍ଜୁର୍ ହୋଇଥିଲେ ମଧ୍ୟ କୌଣସି କାରଣରୁ ଆରମ୍ଭ ହୋଇପାରିନଥିବା କାର୍ଯ୍ୟକ୍ରମ ଗୁଡିକୁ ଖୁବ୍ ଶୀଘ୍ର ଆରମ୍ଭ କରିବା ପାଇଁ ଶିବିରରେ ନିଷ୍ପତି ହୋଇଥିଲା I ଏଥିପାଇଁ ଥିବା ସମସ୍ୟା ଗୁଡ଼ିକୁ ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନ କରିବା ସହିତ ମନରେଗା କାର୍ଯ୍ୟକ୍ରମରେ ସ୍ଵଚ୍ଛତା ଅବଲମ୍ବନ କରି ବ୍ଳକ୍ ଶିକ୍ଷା, ସାମାଜିକ ସୁରକ୍ଷା, ଜଳସେଚନ, ଗ୍ରାମ୍ୟ ସଡ଼କ, କୃଷି, ପାନୀୟ ଜଳ, ଗ୍ରାମ୍ୟ ଉଦ୍ୟାନ ଆଦି କାର୍ଯ୍ୟକ୍ରମ ଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସମାପ୍ତ କରିବା ପାଇଁ ବିଡ଼ିଓ ଶ୍ରୀ ଶତପଥି ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ I
ବେଲଗୁଣ୍ଠା ରିପୋର୍ଟ- ସୁଧାଂଶୁ ଶେଖର ବିଷୋୟୀ




Post a Comment