//BREAKING//
Loading...

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ; ସରକାରୀ ସାହାଯ୍ୟ ଯୋଗାଇଦେବା ପାଇଁ ବିଭିନ୍ନ ମହଲରେ ଦାବି


 


ବେଲଗୁଣ୍ଠା, 24/09, ( ସ୍ବତନ୍ତ୍ର ନ୍ୟୁଜ଼ )ବେଲଗୁଣ୍ଠା ନିକଟସ୍ଥ ଜଗନ୍ନାଥପ୍ରସାଦ ବ୍ଳକ୍ ତଥା ବୁଗୁଡ଼ା ଥାନା ଅନ୍ତର୍ଗତ ନିମପଦର ଗ୍ରାମର ସ୍ଵର୍ଗତ ଲୋକନାଥ ସ୍ଵାଇଁଙ୍କ ପୁତ୍ର ନରହରି ସ୍ଵାଇଁ (52) ଆଜି ବର୍ଷା ହେବାରୁ ଅପରାହ୍ଣ ଚାରି ଘଣ୍ଟା ସମୟରେ ନିଜ ଧାନ କ୍ଷେତରୁ ପାଣି ବାହାର କରିବା ପାଇଁ ଯାଇଥିଲେ I ସେଠାରେ ସେ କାମ କରୁଥିବା ବେଳେ ପାଞ୍ଚ ଘଣ୍ଟା ପନ୍ଦର ମିନିଟ୍  ସମୟରେ ନରହରିଙ୍କ ହଠାତ୍ ଉପରେ ବଜ୍ରାଘାତ ହୋଇଥିଲେ I ସେହି ସମୟରେ ନିକଟ ଜମିରେ ଥିବା ଅନ୍ୟ ଚାଷୀମାନେ ସଙ୍ଗେ ସଙ୍ଗେ ସେଠାରୁ ନରହରିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ୍ ଯୋଗେ ମେଡ଼ିକାଲ୍ ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣା ସ୍ଥଳରେ ହିଁ ନରହରିଙ୍କର ମୃତ୍ୟୁ ଘଟିଥିଲା I ତାଙ୍କୁ ବର୍ତ୍ତମାନ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି I ସେ ଜଣେ ଗରୀବ ଚାଷୀ ହୋଇଥିବାରୁ ତାଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି I ମୃତ ନରହରିଙ୍କର ଗୋଟିଏ ଝିଅ ଏବଂ ଦୁଇଟି ପୁଅ ରହିଛନ୍ତି I ଝିଅଟି ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନ ପୁଅ ନବମ ଏବଂ ବଡପୁଅ ଯୁକ୍ତ ଦୁଇ ଶ୍ରେଣୀରେ ପଢନ୍ତି I ସେ ଘରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ଚାଷବାସ କରି ଗୁଜୁରାଣ ମେଣ୍ଟାଉଥିବାରୁ ତାଙ୍କ ମୃତ୍ୟୁରେ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ସମେତ ଝିଅ ଏବଂ ଦୁଇ ପୁଅ ଅସହାୟ ହୋଇପଡ଼ିଛନ୍ତି I  ତେଣୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି I


Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe