//BREAKING//
Loading...

*ରୋଗୀଙ୍କୁ ଖାଦ୍ୟ ପରଷି ଜନ୍ମଦିନ ପାଳିଲେ ବିଧ୍ୟାୟକ*





ବ୍ରହ୍ମପୁର :-11/9/22 (ସ୍ୱତନ୍ତ୍ର ନ୍ୟୁଜ )ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ୫୨ ତମ ଜନ୍ମଦିବସ ରବିବାର ମହାନଗର ବିଜୁ ଜନତା ଦଳ ତରଫରୁ ପାଳନ କରାଯାଇଛି । ମଧ୍ୟରାତ୍ରରୁ ଦଳୀୟ କର୍ମୀ ଓ ଶୁଭେଚ୍ଛଙ୍କ ଗହଳି ତାଙ୍କ ବାସଭବନ ଗଜପତି ନଗର ଠାରେ ଜମିଥିଲା । ବ୍ରହ୍ମପୁରର ଯୁବ , ଛାତ୍ର , ମହିଳା କର୍ମୀମାନେ ବିଧାୟକଙ୍କ ଉପସ୍ଥିତିରେ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ , ଡେପୁଟି ମେୟର ଇ.ବିବେକ ରେଙ୍ଗିଙ୍କ ସମେତ ସମସ୍ତ କର୍ପୋରେଟର ଅପରାହ୍ନରେ ବିଧାୟକଙ୍କ ବାସଭବନରେ ପହଞ୍ଚ୍ ଜନ୍ମଦିନର ଶୁଭେଚ୍ଛା ଜଣାଇ ଦୀର୍ଘାୟୁ କାମନା କରିଥିଲେ । ସନ୍ଧ୍ୟାରେ ଯୁବନେତା ଏ . ସନ୍ତୋଷ ପାତ୍ର ଓ ଅର୍ବାନ ବ୍ୟାଙ୍କ ସଭାପତି ଆର୍.ମୂରଲୀମୋହନଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବିଧାୟକଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା l ବିଧାୟକଙ୍କ ଉପସ୍ଥିତିରେ ଏମକେସିଜିରେ ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଖାଦ୍ୟ ବଣ୍ଟନ କରାଯାଇଥିଲା l ବିଧାୟକ ଶ୍ରୀ ପଣ୍ଡା ପ୍ରାୟ ୧୫୦୦ ରୁ ଊର୍ଦ୍ଧ୍ବ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ l ଏହି ଅବସରରେ ଅର୍ବାନ ବ୍ୟାଙ୍କ ସଭାପତି ଆର୍ . ମୂରଲୀମୋହନ , ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ , ମହାନଗର ସଭାପତି, , ଯୁବନେତା ଅଜିତ ପଣ୍ଡାଙ୍କ ସମେତ ମହାନଗର ଓ ମହାନଗର ବିଜେଡିର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l


ବ୍ରହ୍ମପୁର. ଗଞ୍ଜାମ


ରିପୋର୍ଟ :ଶ୍ରୀକାନ୍ତ କୁମାର ବେହେରା

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe