ବ୍ରହ୍ମପୁର.୧୬/୯/୨୨.(ସ୍ୱତନ୍ତ୍ର ନ୍ୟୂଜ଼ ) ଆଜି ବ୍ରହ୍ମପୁର ଅବକାରୀ ବିଭାଗର ଗୋଟିଏ ଟିମ ଅବକାରୀ ଅଧିକାରୀ କମିଶନର,ଅଶୋକ ଶତପ୍ରତି ହୃଦୟ ଚନ୍ଦ୍ର ସାମନ୍ତ ଓ ଏ.ଏସ. ଆଇ ବ୍ରଜବିହାରୀ
ନାୟକଙ୍କ ନେତୃତ୍ୱ ଗୋପାଳପୁର ଜୋଂକ୍ସନ ଠାରେ
ଏକ ମାରୁତି ବାଗ୍ନର DL-Am-2133 ଗାଡିକୁ
ଜବତ କରି ୧୦୦ କିଲୋ ଗଞ୍ଜେଇ ଜବତ କରିବା ସହ୪ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ. ଗିରଫ ବ୍ୟକ୍ତି ମାନେ ହେଲେ,୧) ମୋହସିନ ଅଂସାରୀ, ବାଦର ପୁର, ଦକ୍ଷିଣ ଦିଲ୍ଲୀ,୨)ଜିତେନ୍ଦ୍ର କୁମାର, ମେରଟ, ଉତ୍ତରପ୍ରଦେଶ ୩)ସୋମନାଥ ରାଇତା, ଗଜପତି, ଓଡିଶା,୪)ବିଧାନ ସିଂ ଅଡବା, ଗଜପତି.ଉକ୍ତ ଗଞ୍ଜାଇ କୁ ଓଡିଶାର ଅଡବା ଠାରୁ ଦିଲ୍ଲୀ ଚଲାଣ ହେଉଥିଲା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି.
ବ୍ରହ୍ମପୁର ଗଞ୍ଜାମ
ରିପୋର୍ଟ ଶ୍ରୀକାନ୍ତ କୁମାର ବେହେରା
Post a Comment