//BREAKING//
Loading...

ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକରସ କ୍ଲବ ତରଫରୁ ରବିବାର ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଇଛି l


ବ୍ରହ୍ମପୁର 18/9/22( ସ୍ୱତନ୍ତ ନ୍ୟୂଜ଼ )ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକରସ କ୍ଲବ ତରଫରୁ ରବିବାର ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଇଛି l ସକାଳୁ ବହୁ ଖେଳାଳି ସହ ବିଭିନ୍ନ ବର୍ଗର ଜନସାଧାରଣ ଏହି ପଡିଆକୁ ମର୍ଣିଁଙ୍ଗ ୱାଲ୍କ ଓ ଖେଳିବାକୁ ଆସିଥାନ୍ତି l ଏହି ପଡ଼ିଆରେ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମ ହେଇଥିବା ବେଳେ ସବୁବେଳେ ଅଳିଆ ଆବର୍ଜନା ପଡ଼ିଥାଉଛି l ଏଥି ସହ ଖେଳ ପଡିଆରେ ଜରି, ନମକିନ ପେପର୍, ମଦ ବୋତଲ ଇତ୍ୟାଦି ପଡିଥାଉଛି l ଏଥି ପ୍ରତି କଲେଜ କତୃପକ୍ଷ କିମ୍ବା ମହାନଗର ନିଗମ ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହୋଇଛି l ଏହାକୁ ଦୃଷ୍ଟିରେ ରଖି ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକରସ କ୍ଲବ ତରଫରୁ ପ୍ରତେକ ମାସ ପଡିଆ ସଫେଇ କରାଯାଇଛି l ଆଜିର ସଫେଇ କାର୍ଯ୍ୟକ୍ରମରେ କ୍ଲବ ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକ, କାର୍ଯକାରୀ ସଭାପତି କାମନା ପାଢ଼ୀ, ସମ୍ପାଦକ ନାଗେଶ୍ଵର ପୃଷ୍ଟି, କୋଷାଧ୍ୟକ୍ଷ ଡାକ୍ତର ସମୀର ନାୟକ, ଉପଦେଷ୍ଟା ରବିନ୍ଦ୍ର ପଣ୍ଡା, ରାମହରି ନାୟକ, ମଙ୍ଗୁଳୁ ପଣ୍ଡା, ଲଡୁ କିଶୋର ପାତ୍ର, ଆନନ୍ଦ ରଓ ପାତ୍ର, ସଭ୍ୟ ଡାକ୍ତର କିରଣ କୁମାର ପାଣିଗ୍ରାହି, ସୁଶାନ୍ତ ପାଢ଼ୀ, ରାମା ରାଓ, ଦୀପକ ପାଢ଼ୀ, ନିରଜ୍ ପାଢ଼ୀ, ସୁଜିତ ଭୂୟାଁ, ବସନ୍ତ କର, ଶଙ୍କର ସାହୁ, ବଙ୍ଗାଳୀ ଦାଦା, ମହେଶ୍ୱର ପ୍ରସାଦ ଶ୍ୱରଙ୍କ ସମେତ କ୍ଲବର ବହୁ ସଦସ୍ୟ ଯୋଗ ଦେଇଥିଲେ l

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe