//BREAKING//
Loading...

ଆସିକା ଖାଲସା ପନ୍ଦରା ସମାଜ ର କର୍ମକର୍ତ୍ତା ଚୟନ। ଓ ବାର୍ଷିକ ଉତ୍ସବ ପାଳିତ।

 


ଆସିକା,୧୮/୦୯/୨୦୨୨( ସ୍ୱତନ୍ତ୍ର ନ୍ୟୂଜ଼ )

ନିଖିଳ ଓଡ଼ିଶା ପନ୍ଦରା ସମାଜ ଅଧୀନସ୍ଥ ଗଞ୍ଜାମ ଜିଲ୍ଲା ଆସିକା ଖା ଲସା ପନ୍ଦରା ସମାଜ ର ବାର୍ଷିକ ଉତ୍ସବ ମଣ୍ଟାପଡା ଶିବ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଅଛି। କୂଳ ପ୍ରେମୀ ମାନଙ୍କ ଦ୍ୱାରା ନଗର ପରିକ୍ରମା କରାଯାଇଥିବା ବେଳେ କାର୍ଯ୍ୟକ୍ରମ ରେ ରାଜ୍ୟ ସମ୍ପାଦକ ଚନ୍ଦ୍ରଶେଖର ବାଡତ୍ୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାମଚନ୍ଦ୍ର ବେହେରା ସଭାପତିତ୍ବ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ସଭାପତି ଡମ୍ବୁରୁ ଧର ବେହେରା, ଅଧ୍ୟକ୍ଷ ଜଗନ୍ନାଥ ବାଡତ୍ୟା, କୋଷାଧ୍ୟକ୍ଷ ଜଗବନ୍ଧୁ ବାଡତ୍ୟା, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମାଧବ ବାଡତ୍ୟା, ସୂର୍ଯ୍ୟ ବାଡତ୍ୟା ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥଲେ। ତାଳୁକା ର କୁନି କୁନି କଳାକାର  ମାନେ ସଙ୍ଗୀତ ନୃତ୍ୟ ପରିବେଷଣ କରିଥିଲେ। ପ୍ରତିଭା ଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ଥିଲା। ତାଲୁକା ର ନିର୍ବାଚନ ଅବଧି ଶେଷ ହୋଇଯାଇଥିବା ହେତୁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ରାମଚନ୍ଦ୍ର ବେହେରା , ଉପ ସଭାପତି ଅଭିମନ୍ୟୁ ବାଡତ୍ୟା,ସମ୍ପାଦକ ନିତ୍ୟାନନ୍ଦ ବାଡତ୍ୟା, ସହ ସମ୍ପାଦକ ମଦନ ମୋହନ ବାଡତ୍ୟା, କୋଷାଧକ୍ଷ ରାମ ଚନ୍ଦ୍ର ବାଡତ୍ୟା, ସାଂଗଠନିକ ସଭ୍ୟ ସନ୍ତୋଷ କୁମାର ବାଡତ୍ୟାମନୋନୀତ ହୋଇଥିବା ବେଳେ ନାରୀ ସଙ୍ଗଠନ ରେ ଅଞ୍ଜଳୀ ବାଡତ୍ୟା, ସନ୍ଧ୍ୟାରାଣି ବାଡତ୍ୟା , ପୁଷ୍ପାଞ୍ଜଳି ବାଡତ୍ୟା, ସବିତା ବାଡତ୍ୟା, ଓ ପ୍ରମିଳା ବାଡତ୍ୟା ମନୋନୀତ ହୋଇଥିଲେ। ଅଧ୍ୟକ୍ଷ ଜଗନ୍ନାଥ ବାଡତ୍ୟାସପଥ ପାଠ କରାଇଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe