//BREAKING//
Loading...

ଓଡ୍ର ସାହିତ୍ୟ ସଂସଦର ଏକୋଇଶ ତମ ପ୍ରତିଷ୍ଠା ଦିବସ

 



 

ବ୍ରହ୍ମପୁର :11/9/22( ସ୍ୱତନ୍ତ୍ର ନ୍ୟୁଜ )ଆଜି ପବିତ୍ର ଭାଦ୍ରବ ପୂର୍ଣ୍ଣିମା ଭାଗବତ ଜନ୍ମ ଅବସରରେ ଓଡ୍ର ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ପାଳନ ହେଇ ଯାଇଛି । ଏହି ଅବସରରେ ରାମଚନ୍ଦ୍ର ପୁର ସ୍ଥିତ ଶ୍ରୀ ରଘୁନାଥ ମନ୍ଦିର ଠାରେ ପୂଜା ଅର୍ଚ୍ଚନା କରାଯିବା ସହ ପିତଳ ଶ୍ରୀ ଉତ୍ତରେଶ୍ଵର ପୀଠ ଠାରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି । ଏଠି ଉଲ୍ଲେଖ ଯୋଗ୍ୟ ଯେ 2001 ମସିହା ଭାଗବତ ଜନ୍ମ ତଥା ଭାଦ୍ରବ ପୂର୍ଣ୍ଣିମା ରେ ଏହି ଅନୁଷ୍ଠାନ ଚଳିତ ବର୍ଷ 21 ବର୍ଷ ରେ ପଦାର୍ପଣ କଲା । ଅନୁଷ୍ଠାନ ପକ୍ଷରୁ ସମସ୍ତ ସ୍ରଷ୍ଟା, ଶୁଭେଚ୍ଛୁ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଭାଷା, ସାହିତ୍ୟ ସଂସ୍କୃତି ର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଉଦ୍ୟମ ଜାରି ରହିବ ବୋଲି ସଭାପତି ତଥା ପ୍ରତିଷ୍ଠାତା ଶ୍ରୀ ରଜନୀକାନ୍ତ ପାଢ଼ୀ ମତବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ପଞ୍ଚାନନ ସ୍ୱାଇଁ, ସମ୍ପାଦକ  ଚିନ୍ମୟ ରଞ୍ଜନ ମିଶ୍ର, ଯୁଗଳ ଚନ୍ଦ୍ର ସାହୁ, ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ, ସୁରେନ୍ଦ୍ର ପାଣିଗ୍ରାହୀ, ସୁବ୍ରତ କୁମାର ପଣ୍ଡା, ବେଣୁଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe