//BREAKING//
Loading...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ବେଗୁନିଆପଡା ବ୍ଲକର କନିଷ୍ଠ ଯନ୍ତ୍ରୀ


 


  • ବ୍ରହ୍ମପୁର,୨/୯/୨୨/( ସ୍ୱତନ୍ତ୍ର ନିୟୁଜ଼ ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ମୋ ଗୁହାଳ ସ୍କିମ୍ ବିଲ୍ ପାସ୍ କରିବା ପାଇଁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଟିମ୍ ତାଙ୍କୁ କାବୁ କାବୁକରି ନେଇଥିଲା। ସୂଚନାଯୋଗ୍ୟ ଯେ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ ନିଜ କାର୍ଯ୍ୟାଳୟରେ 'ମୋ ଗୁହାଳ ସ୍କିମ'ରେ ନିର୍ମାଣ କରିଥିବା ଘରର ବକେୟା ଟଙ୍କାର ବିଲ ପାସ କରିବା ପାଇଁବୁରୁଝରୀ ପଞ୍ଚାୟତ ପି. ନୂଆଗାଁ ଗ୍ରାମର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥଲେ । ଏହା ପରେ ହିତାଧିକାରୀଜଣକ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ଉକ୍ତ ହିତାଧିକାରୀଜଣକ ୭ହଜାର ଟଙ୍କା ନେଇ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ତାଙ୍କ କାଯ୍ୟାଳୟରେ ଦେଇଥିଲେ । ଠିକ୍ ସେହି ସମୟରେ ସେଠାରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ କାବୁ କରି ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ନେଉଥିବା ଟଙ୍କା ଜବତ କରିଥିଲା । ଭିଜିଲାନ୍ସ ଟିମ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ଦୁଇଟି ସ୍ଥାନରେ ଚଢ଼ାଉ କରି ଅଧିକ ପଚାର ଉଚରା ଜାରି ରଖିଥିବା ସୂଚନା ମିଳିଛି । ସୂଚନା ଯେ,ପୂର୍ବରୁ ଗତ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ. ବରିଡା ସର୍କଲର ଆରଆଇ ଦେବାଶିଷ ମାଝୀ ଗୋଟିଏ ବାଲି ବଝେଇ ଟ୍ରିପରକୁ ଛାଡ଼ିଇବା ପାଇଁ ଜରିମାନା ବାଦେ ଅଧିକ ୨୫ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe