//BREAKING//
Loading...

ଅଶୋକ ନଗର ଗଣେଶ ପୂଜା ମଣ୍ଡପରେ ଭାଇଭଉଣୀ ନବୀନ-ଦ୍ରୌପଦୀ ସଂପର୍କର ତୋରଣ

 


  • ଚଳିତ ବର୍ଷର ଆକର୍ଷଣ ମେଢ଼ : ଅଶୋକ ନଗର


ବ୍ରହ୍ମପୁର,୨/୯/୨୨/:(ସ୍ୱତନ୍ତ୍ର ନିୟୁଜ଼ )କୋଭିଡ ଯୋଗୁଁ ଦୁଇ ବର୍ଷ ପୂଜା ପାର୍ବଣ ବନ୍ଧ ଥିବା ବେଳେ ଚଳିତ ବର୍ଷ ବେଶ ଧୁମ ଧାମରେ ପାଳିତ ହେଉଛି ଗଣେଶ ଚତୁର୍ଥୀ । ଗଣେଶ ପୂଜାକୁ ନେଇ ବ୍ରହ୍ମପୁରସହର ଉତ୍ସବମୂଖର ହୋଇପଡ଼ିଛି । ତେଣୁ ଶ୍ରଦ୍ଧାଳୁ ଓ ଯୁବକ ସଂଘ ଗୁଡିକ ବିଭିନ୍ନ ପ୍ରକାର ନୂଆ ଢାଞ୍ଚାରେ ପ୍ରସ୍ତୁତ କରିଥାନ୍ତି ମେଢ଼ ଓ ପୂଜା ମଣ୍ଡପ । ବ୍ରହ୍ମପୁର ସହର ଅଶୋକ ନଗରରେ ଦେଖିବାକୁ ମିଳିଛି ଏକ ନିଆରା ମଣ୍ଡପ ।ଏଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୋରଣ ଲଗାଯାଇଛି । ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧିବା ଠାରୁ ଆରମ୍ଭ କରି ରାଷ୍ଟ୍ରପତି ପଦବୀ ଅକ୍ତିଆର ପର୍ଯ୍ୟନ୍ତ, ଘଟଣାବଳୀକୁ ପ୍ରଦର୍ଶନ କରାଯାଇଛି । ଯାହା ଚଳିତ ବର୍ଷର ଆକର୍ଷଣ ମେଢ଼ ବୋଲି କୁହାଯାଉଛି । ତେଣୁ ଏହାକୁ ଦେଖିବା ପାଇଁ ସହରବାସୀଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖିବାକୁ ମିଳୁଛି । ପ୍ରତ୍ୟେକ ସନ୍ଧ୍ୟାରେ ଶହଶହ ଶ୍ରଦ୍ଧାଳୁ ଗଜାନନଙ୍କ ଦର୍ଶନ ସହିତ ମଣ୍ଡପ ବୁଲି ଦେଖୁଛନ୍ତି । ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଏହି ପୂଜା ଆୟୋଜନ କରାଯାଇଛି । ଚଳିତ ବର୍ଷ ଉକ୍ତ ପୂଜା ମଣ୍ଡପରେ  ୯ ଫୁଟ ୯ ଇଞ୍ଚର ମୂର୍ତ୍ତି ପ୍ରସ୍ତୁତ କରାଯାଇ ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ସଂପର୍କକୁ ଦର୍ଶାଯାଇଛି । ଓଡ଼ିଶା ହେଉଛି ସଂସ୍କୃତି, ବିକାଶ ଓ ଭାଇଚାରାର ମାଟି । ଦିନ ଥିଲା ନବୀନଙ୍କୁ ଦ୍ରୌପଦୀ ରାକ୍ଷୀ ବାନ୍ଧୁଥିଲେ । ଗତ ରାଷ୍ଟ୍ରପତି ନିର୍ବାଚନ ବେଳେ ଭଉଣୀଙ୍କ ପ୍ରତି ଭାଇ ସାହାଯ୍ୟର ହାତ ବଢ଼ାଇଥିଲେ। ତାହାର ଝଲକ ମଣ୍ଡପରେ ଦେଖିବାକୁ ମିଳୁଛି । ଏହି ଭାଇଚାରା, ବନ୍ଧୁତ୍ବ ସର୍ବଦା ବଜାୟ ରହୁ ବୋଲି ଯୁବ ନେତା ତଥା ସମାଜସେବୀ ଏ. ସନ୍ତୋଷ ପାତ୍ର ଆଶା ପ୍ରକାଶ କରିଛନ୍ତି । ତାହା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଥିବା ଭାଇ ଭଉଣୀ ସଂପର୍କକୁ ଆଜି ସାରା ଦେଶ ଦେଖିଛି । ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷ ହେଲା ସେବା କରୁଥିବା ବେଳେ ବର୍ତ୍ତମାନ ରାଷ୍ଟ୍ରପତି ମୁର୍ମୁ ଆମ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି  । ସେହିପରି ବ୍ରହ୍ମପୁର ମହାନଗର ନିଗମର ୩୨ ନମ୍ବର ୱାର୍ଡ କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା କହିଛନ୍ତି ଯେ, ଅଶୋକ ନଗର ଯୁବକ ସଂଘ ନୂତନ ଚିନ୍ତାଧାରାକୁ ନେଇ ସବୁବେଳେ କିଛି ବାର୍ତ୍ତା ଦେବା ପାଇଁ ଚେଷ୍ଟା କରିଥାଏ । ତେଣୁ ଚଳିତ ବର୍ଷ ଭାଇ ଭଉଣୀଙ୍କ ସଂପର୍କକୁ ଉକ୍ତ ମଣ୍ଡପରେ ଉପସ୍ଥାପନ କରାଯାଇଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe