ବ୍ରହ୍ମପୁର୨/୯/୨୨/:(ସ୍ୱତନ୍ତ୍ର ନିୟୁଜ଼ )ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର ମାଝି ସାହିରେ ରୀତା ପ୍ରଧାନଙ୍କୁ ତାଙ୍କ ସ୍ଵାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢ଼ାଳି ବର୍ତ୍ତିଯାଇଥିଲେ । ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା କହିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍କେସିଜିରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ଆରମ୍ଭ ହୋଇଛି ।ସୂଚନାଯୋଗ୍ୟଯେ, ୨୦୧୮ରେ ରୀତା ଏବଂ ସଂଜୟଙ୍କ ବିବାହ ହୋଇଥିଲା। ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ବ ଦିଆଯାଇନଥିଲା। ରୀତା ତାଙ୍କ ଶ୍ୱଶୁର ଘରେ ହିଁ ରହି ଆସୁଥିଲେ। ରୀତାଙ୍କୁ ତାଙ୍କ ସ୍ଵାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ ବୋଲି ସେ କହିଛନ୍ତି। ଆଜି ସନ୍ଧ୍ୟାରେ ମଧ୍ୟ ରୀତା ଛାତ ଉପରେ ଥିବା ସମୟରେ ତାଙ୍କ ସ୍ଵାମୀ ସଞ୍ଜୟ ଛାତ ଉପରୁ ଠେଲି ଦେବାକୁ ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ରୀତା ସେଠାରୁ ଖସି ପଳାଇ ଆସିଥିଲେ ବୋଲି କହିଛନ୍ତି । ସଞ୍ଜୟଙ୍କ ଗର୍ଗେଟ୍ରେ ରୀତା ଥିବା ଯୋଗୁଁ ଆଜି ଜୀବନରେ ମାରିଦେବାକୁ ମନସ୍ତ କରିଥିଲେ । ରୀତା ଘରେ ଥିବା ସମୟରେ କିଛି ସାନିଟାଇଜର ତାଙ୍କ ଉପରେ ଢ଼ାଳି ନିଆଁ ଲଗାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ରୀତାଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ବୋଲି ଜଣାପଡିଛି। ଏ ନେଇ ଥାନାରେ ଖୁବ୍ଶୀଘ୍ର ଏତଲା ଦିଆଯିବ ବୋଲି ରୀତାଙ୍କ ବାପା ଛେନା ପ୍ରଧାନ କହିଛନ୍ତି।

Post a Comment