//BREAKING//
Loading...

କଞ୍ଚାଲଙ୍କା ପକ୍ଷରୁ ଓଖା ଏକ୍ସପ୍ରେସ୍‌ ପ୍ରିମିୟର ବେଳେ ଅଶ୍ଳୀଳ ଭାଷା ପ୍ରୟୋଗକୁ ବିରୋଧ କଲେ ମେୟର , ସମସ୍ତ ଅଥିତି ଓ ସାମ୍ବାଦିକ କଲେ ପ୍ରିମିୟର ବର୍ଜନ

 


ବ୍ରହ୍ମପୁର,2/9/22(ସ୍ୱତନ୍ତ୍ର ନିଉଜ଼  )କଞ୍ଚାଲଙ୍କା ନାମକ ଓଟିଟି ପ୍ଲାଟଫର୍ମରେ ଓଖା ଏକ୍ସପ୍ରେସ୍‌ ନାମକ ଏକ ଵେବ୍‌ ସିରିଜ୍‌ର ପ୍ରିମିୟର ପାଇଁ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ପ୍ରମୋ ପ୍ରଦର୍ଶନ ବେଳେ ଏଥିରେ ବ୍ୟାପକ ଅଶ୍ଳୀଳ ଭାଷାର ବ୍ୟବହାର ମେୟରଙ୍କୁ ବ୍ୟଥିତ କରିବା ସହ ବ୍ରହ୍ମପୁରର ପ୍ରଥମ ନାଗରିକଙ୍କ ଉପସ୍ଥିତିରେ ଏଭଳି ଅଶ୍ଳୀଳତା ପ୍ରଦର୍ଶନକୁ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିବା ହୃଷିକେଶ ପାଣିଗ୍ରାହୀ ପ୍ରତିବାଦ କରିଥିଲେ। ପରେ ପରେ ସେଠାରେ ଉପସ୍ଥିତ ଥିଲା ସମସ୍ତ ସାମ୍ବାଦିକ ଅଶ୍ଳୀଳତାକୁ ବିରୋଧ କରିବା ସହ ମହିଳା ମେୟରଙ୍କୁ ଅତିଥି ଭାବରେ ଡାକି ତାଙ୍କ ସମ୍ମୁଖରେ ଏଭଳି ଅଶ୍ଳୀଳ ଭାଷା ଓ ତଥ୍ୟ ସମ୍ବଳିତ ପ୍ରମୋ ପ୍ରଦର୍ଶନର ପ୍ରତିବାଦ କରି ପ୍ରିମିୟର ବର୍ଜନ କରିଥିଲେ। ଗଞ୍ଜାମ ଭାଷା ନାମରେ କେବଳ ଅଶ୍ଳୀଳ ଭାଷା ପ୍ରୟୋଗକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କ୍ଷୋଭ ପ୍ରକଟ କରାଯାଇଥିଲା। ତେବେ ପ୍ରିମିୟନ ନିମନ୍ତେ ଏଡିଟିଂ ହୋଇଥିବା ପ୍ରମୋ ବଦଳରେ ଭୁଲରେ ଆଉ ଏକ କଟ୍‌ ପ୍ରଦର୍ଶିତ ହୋଇଯାଇଥିବା କଞ୍ଚାଲଙ୍କାର କର୍ମକର୍ତ୍ତ।ମାନେ ସଫେଇ ଦେଇଛନ୍ତି। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅକ୍ଷୟକୁମାର ପରିଜା, ବିଭୂ ପ୍ରସାଦ ରଥ, ଓଖା ଏକ୍ସପ୍ରେସ୍‌ର ରଚୟିତା, ନିର୍ଦ୍ଦଶେକ ଶ୍ରୀକାନ୍ତ ଗୌତମଙ୍କ ସମେତ କିଛି କଳାକାର ଉପସ୍ଥିତ ଥିଲେ।


 02-09-2022

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe