//BREAKING//
Loading...

ଆଙ୍କୁଲି ଠାରେ ଆୟୋଜିତ ଗଣେଶ ପୂଜା ମଣ୍ଡପକୁ ଯାଇ ଗଜାନନଙ୍କ ଦର୍ଶନ କଲେ ଜନପ୍ରତିନିଧିମାନେ



ବ୍ରହ୍ମପୁର,୮/୯/୨୨/:(ସ୍ୱତନ୍ତ୍ର ନ୍ୟୁ


)ବ୍ରହ୍ମପୁର ମହାନଗର ନିଗମର ୪୦ ନମ୍ବର ୱାର୍ଡ ତଥା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଙ୍କୁଲି ହାଇସ୍କୁଲ ଛକ ଠାରେ ଯୁବ ନେତା ଏ. ସନ୍ତୋଷ ପାତ୍ର ନେତୃତ୍ବରେ ବହୁ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ସାଂସଦ, ବିଧାୟକ, ମେୟର,ଡେ଼ପୁଟି ମେୟର,ଜିଲ୍ଲା ବିଜେଡି ସଭାପତି ଓ ସମସ୍ତ କର୍ପୋରେଟରଙ୍କୁ ପାଛୋଟି ନେଇ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପରେ ଏକ ବିରାଟ ପଦଚଲା ରାଲି ବାହାର କରିପ୍ରଥମେ ଆଙ୍କୁଲି ସୁଣ୍ଡିସାହି ଠାରେ ଆୟୋଜିତ ହେଉଥିବା ଗଣେଶ ପୂଜାକୁ ଯାଇ ଠାକୁରଙ୍କ ଦର୍ଶନ କରିଥିଲେ । ପରେ ବଡ଼ସାହି ପାଠାଗାର ପରିସରରେ ବସିଥିବା ଗଣେଶ ମଣ୍ଡପକୁ ଯାଇ ଗଜାନନଙ୍କ ଦର୍ଶନ କରିଥିଲେ । ଏହା ପରେ ବଡ଼ସାହି ସ୍ଥିତ ଦେଉଳ ସାହି ଠାରେ କର୍ପୋରେଟର ଭାଗିରଥି ମହାରଣାଙ୍କ ଅଧ୍ୟକ୍ଷତାରେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗ ଦେଇଥିବା ବେଳେ ସଂମ୍ମାନୀୟ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡ୍ଡୀ,ଜିଲ୍ଲା ବିଜେଡ଼ି ସଭାପତି ଡ଼ଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ରାଜ୍ୟ ସମ୍ପାଦକ ସୁବାସ ମହାରଣାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ବହୁ ବିଜେଡ଼ି କର୍ପୋରେଟର ଏବଂ ବରିଷ୍ଠ ବିଜେଡ଼ି ନେତାମାନେ ମଞ୍ଚାସିନ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀର ପ୍ରତିଷ୍ଠିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିବା ଯୋଗୁ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ପ୍ରଶଂସା କରିଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନବ୍ୟାପୀ ସଂମ୍ମାନ ସାଧନା ପୁରସ୍କାର ପାଇବା ପରେ ବିଜେଡ଼ି ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଲାଇଫ ଟାଇମ ଆଚିଫ୍ ମେଣ୍ଟ ସମ୍ମାନ ପାଇଥିବା ଯୋଗୁଁ ଓଡିଶା ଆଜି ଗର୍ବିତ ।ଗରିବ ଜନସାଧାରଣଙ୍କର ସେବା କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ମୂଳମନ୍ତ୍ର । ସେ ଜନସାଧାରଣଙ୍କର ସ୍ୱାସ୍ଥ୍ୟର ବିକାଶ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା, ଗରିବ ଅସହାୟଙ୍କ ପାଇଁ ଭତ୍ତା ପ୍ରଦାନ, ବ୍ରହ୍ମପୁର ସହରର ପାନୀୟଜଳ ସମସ୍ୟା ଦୂରୀକରଣ, ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ରୂପାନ୍ତିକରଣ ସମେତ ସାମୁହିକ ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ମତବ୍ୟକ୍ତ କରିବା ସହ ବ୍ରହ୍ମପୁର ସହରରକୁ ସ୍ୱଚ୍ଛ,ସୁନ୍ଦର, ଓ ବିକାଶର ସହର ରୂପେ ପରିଗଣିତ କରିବା ପାଇଁ ନବ ନିର୍ବାଚିତ ମେୟର,ଡେ଼ପୁଟି ମେୟେର,କର୍ପୋରେଟର ମିଳିତ ଭାବେ ଉଦ୍ୟମ କରିବାକୁ ଏହି ଅବସରେ ମତ ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନାପ୍ରଦାନ କରାଯାଇଥିଲା । ପରେ କନକ ଦୁର୍ଗା ଯୁବକ ସଂଘ ତରଫରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ତଥା ସମାଜସେବୀ ଏ ସନ୍ତୋଷ ପାତ୍ର, ଭୀମସେନ ଦଳେଇ,ଆର.ମୁରଲୀ ମୋହନ,ମୁକୁନ୍ଦ ଗୌଡ଼, ଜଗନ୍ନାଥ ସାବତ, ଦୁର୍ଗା ପ୍ରସାଦ ପଣ୍ଡା, ଶୂନ୍ୟ ଦାସ, ସୁରେଶ ତ୍ରିପାଠୀ, ଟି.ଗୋପି,ବିଜୟ ସାମଲ,କିରଣ ସାହୁ, ସତ୍ୟ ନାରାୟଣ ପାତ୍ର, ଶିବ ପାଢ଼ୀ, ରଫି, କର୍ମୀ, ମଣ୍ଟୁଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe