//BREAKING//
Loading...

ପୂର୍ବ ଶତ୍ରୁତାରୁ ଦୁଇ ଗୋ​ଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ,କର୍ପୋରେଟର,କନେଷ୍ଟବଳଙ୍କ ସମେତ ୭ଗିରଫ

  



ବ୍ରହ୍ମପୁର,୮/୯/୨୨: (ସ୍ୱତନ୍ତ୍ର ନ୍ୟୁଜ )ଟାଉନ ଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିରେ ଗତକାଲି ମଧ୍ୟରାତ୍ରରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ତିନି ଜଣ ଆହତ ହୋଇଥିବା ବେଳେ ଅରୁଣ ମହାରଣା ଓରଫ ଆରୁ ଗୁରୁତର ଆହତ ହୋଇ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଏ ନେଇ ଟାଉନ ଥାନା ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି  ଏହି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୨୫ ନଂ ୱାର୍ଡର ସ୍ବାଧୀନ କର୍ପୋରେଟର ନରସିଂହ ସେଠୀ ଓରଫ ବାଇ ଏବଂ ତାଙ୍କ ଭାଇ ତଥା ପୁଲିସ କନେଷ୍ଟବଳ ନାରାୟଣ ସେଠୀ, ପୁଲିସ କର୍ମଚାରୀଙ୍କ ସ୍ୱାମୀ ଏନ.ପ୍ରକାଶ,ଜି. ପ୍ରସାଦ ରାଓ, ପି ନରସିଂହ ରାଓ ଓରଫ ନାନୀ  ।ସୂଚନାଯୋଗ୍ୟଯେ, ଗତକାଲି ରାତ୍ର ପ୍ରାୟ ୧୨:୪୫ସମୟରେ  ୨୫ନଂ ୱାର୍ଡ କର୍ପୋରେଟରନରସିଂହ ସେଠୀ ଓରଫ୍ ବାଇ ବନ୍ଧ ସାହି କାଳୀ ମନ୍ଦିର ନିକଟରେ ତାଙ୍କ ଭାଇ କନେଷ୍ଟବଳ ନାରାୟଣ ସେଠୀ, ସହଯୋଗୀ ଏମ ପ୍ରକାଶ,ଜି. ପ୍ରସାଦ ରାଓ ଏବଂ ପି. ନରସିଂହ ରାଓ ଛିଡ଼ାହୋଇ କଥା ହେଉଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ବିଜିପୁର ଲକ୍ଷ୍ମୀ ସାହିର ସୁକାନ୍ତ ମହାରଣା ଓ ତାଙ୍କ ଦୁଇ ପୁତୁରା ଆରୁ ମହାରଣା ଓ ସୁମିତ ମହାରଣା ପହଞ୍ଚି କର୍ପୋରେଟର ବାଇ ଓ ତାଙ୍କ ସହଯୋଗୀଙ୍କୁ ଗାଳି ଗୁଳଜ କରିବା ସହଜାତିଆଣ ଆକ୍ଷେପ କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।  ଏହାର କିଛି ସମୟରେ କର୍ପୋରେଟର ଓ ତାଙ୍କ ସହଯୋଗୀମାନେ ସୁକାନ୍ତଙ୍କ ଘର ନିକଟକୁ ଯାଇ ତାଙ୍କୁ ବାହାରକୁ ଡାକିଥିଲେ । ସୁକାନ୍ତ ଓ ତାଙ୍କ ଦୁଇ ପୁତୁରା ବାହାରକୁ ଆସିବା ପରେ କର୍ପୋରେଟର ଓ ତାଙ୍କ ସହଯୋଗୀ ନିଜ ସାଙ୍ଗରେ ନେଇଥିବା ଖଣ୍ଡା, କାତି ବେଟରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ  । ଉଭୟଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋଷ୍ଠୀର ତିନି ଜଣ ଆହତ ହୋଇଥିଲେ । ହେଲେ କର୍ପୋରେଟର ଗୋଷ୍ଠୀର ଆକ୍ରମଣରେ ଅରୁଣଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଆକ୍ରମଣ କରିବା ପରେ କର୍ପୋରେଟର ଗୋଷ୍ଠୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ ଅରୁଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଖବରପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସମୟର ଭିଡ଼ିଓ ଆରୁଙ୍କ ସମ୍ପର୍କୀୟ ନିଜ ମୋବାଇଲରେ ରେକଡ଼ିଂ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଭିଡ଼ିଓ ଟି ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ପୁଲିସ ନିକଟରେ ପହଞ୍ଚିଥିଲା । ପୁଲିସ ଏକ ଭିଡ଼ିଓକୁ ଆଧାର କରି ତଦନ୍ତ କରିବା ବେଳେ କର୍ପୋରେଟର ଓ ତାଙ୍କ ସହଯୋଗୀଙ୍କୁ ବିଜିପୁର ଅଂଚଳରେ କାବୁ କରିଥିବା ବେଳେ କର୍ପୋରେଟର ବାଇଙ୍କ ଭାଇ କନେଷ୍ଟବଳ ନାରାୟଣ ସେଠୀଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ଡ୍ୟୁଟିରେ ଥିବା ବେଳେ ପୁଲିସ ଉଠେଇ ନେଇଥିଲା । ଏହି ଘଟଣା ରାଜନୈତିକ ହିଂସା ଯୋଗୁଁ ହୋଇଥିବା ଜଣାପଡିଛି । କର୍ପୋରେଟର ବାଇଙ୍କୁ ନିଜ ଅଞ୍ଚଳ ଲୋକେ ଅଞ୍ଚଳର ସମସ୍ୟା ସମାଧାନ କରିବା ନିମନ୍ତେ ଏବଂ ସୁଖ ଦୁଃଖରେ ଛିଡ଼ା ହେବା ପାଇଁ ତାଙ୍କୁ ଭୋଟ ଦେଇ କର୍ପୋରେଟର ଭାବେ ଚୟନ କରିଥିଲେ । ହେଲେ ସେ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ  ଲୋକଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି ବୋଲି ଭାଇରଲ୍ ହେଉଥିବା ଭିଡ଼ିଓରୁ ସ୍ପଷ୍ଟ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଘଟଣା ଭିଡ଼ିଓଟି ଏତେ ମାତ୍ରାରେ ସୋସିଆଲ ମିଡ଼ିଆରେ ଭାଇରଲ ହେଲା ଯେ ଏବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି କର୍ପୋରେଟର ଓ ପୁଲିସ କର୍ମଚାରୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ଶେଷରେ ଘଟଣା ସମ୍ପର୍କରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ପୁଲିସ କେସ ନଂ ୨୪୭/୨୨ରେ ସୁକାନ୍ତ ମହାରଣା, ସୁମୀତ ମହାରଣାକୁ ଗିରଫ କରିଥିବା ବେଳେ କେସ ନଂ ୨୪୮/୨୨ରେ କର୍ପୋରେଟର ନରସିଂହ ସେଠୀ, ତାଙ୍କ ଭାଇ ପୁଲିସ କନେଷ୍ଟବଳ ନାରାୟଣ ସେଠୀ, ସହଯୋଗୀ ଏମ ପ୍ରକାଶ,ଜି. ପ୍ରସାଦ ରାଓ ଏବଂ ପି. ନରସିଂହ ରାଓଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୁଲିସ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ଖଣ୍ଡା, କାତି ଓ ବେଟକୁ ପୁଲିସ ଜବତ କରିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe