//BREAKING//
Loading...

ବ୍ରହ୍ମପୁର ରାଷ୍ଟ୍ରୀୟ ସେବକ ସଂଘର କେଶବ ପ୍ରଭାତ ଶାଖା ଦ୍ୱାରା ମକର ଉତ୍ସବ ପାଳିତ


ବ୍ରହ୍ମପୁର / ୧୪.୦୧.୨୦୨୬( ସ୍ୱତନ୍ତ୍ର ନ୍ୟୁଜ଼ )ରାଷ୍ଟୀୟ ସ୍ୱୟଂ ସେବକ ସଂଘର କେଶବ ପ୍ରଭାତ ଶାଖା ଦ୍ୱାରା ଆଜି ପୂର୍ବାହ୍ନରେ ସ୍ଥାନୀୟ ନୀଳକଣ୍ଠେଶ୍ଵର ସରସ୍ବତୀ ଶିଶୁ ବିଦ୍ୟା ପ୍ରାଙ୍ଗଣରେ ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇ ସାରିଛି l ଏହି ଅବସରରେ ଶାଖାବାହ ବାସୁଦେବ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଖିଳ ଓଡିଶା  ବିଶ୍ୱବିଦ୍ୟାଳୟ କର୍ମଚାରୀ ମହାସଂଘର ସଭାପତି ଡ ମିହିର କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱୟଂ ସେବକର ଭୂମିକା ଉପରେ ଆଲୋକପIତ କରିଥିଲେ l ଦୀନବନ୍ଧୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ମକର ଉତ୍ସବର ମହତ୍ୱ ବିଷୟରେ ଅବଗତ କରାଇଥିଲେ ଏବଂ ଉତ୍ସବ ସମ୍ପର୍କିତ କବିତା ସ୍ୱଲିଖିତ କବିତା ପାଠ କରିଥିଲେ l ଉପ ନଗର କାର୍ଯ୍ୟ ବାହ ସିମାଞ୍ଚଳ ପଣ୍ଡା ସଭାରେ ଅଧ୍ୟକ୍ଷତା କରି ମକର ପସାଦ ପୂଜା କରି ବଣ୍ଟନ କରିଥିଲେ l ଶାଖାର ମୁଖ୍ୟ ଶିକ୍ଷକ ଧିରେନ ପଟ୍ଟନାୟକ ଉତ୍ସବ ପରିଚାଳନା କରିଥିବା ବେଳେ ବୃନ୍ଦାବନ ଦାଶ ବ୍ୟକ୍ତିଗତ ସଂଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୭0 ଜଣ ସୂର୍ଯ୍ୟ ସେବକ ଯୋଗ ଦେଇଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ପଦସ୍ଥ ଅଧିକାରୀ ଏବଂ ଆଚାର୍ଯ୍ୟ ସହଯୋଗ କରିଥିଲେ l ପରେ ପରେ ଶାଖା ତରଫରୁ ସିଟି ହାଇସ୍କୁଲ ଖେଳ ପଡିଆ ପଛ ରେ ଥିବା ହରିଜନ ବସ୍ତି ରେ ମଧ୍ୟ ଅନୁରୂପ ଉତ୍ସବ ପାଳନ ହୋଇଛି l ସେଥିରେ ମୁଖ୍ୟ ବକ୍ତା ଏବଂ ଉପ ନଗର କାର୍ଯ୍ୟବାହ ସିମାଞ୍ଚଳ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅଭିମନ୍ୟୁ ମେଧା ମୁଖ୍ୟ ଅତିଥି ରୂପେ ମଂଚାସୀନ ଥିଲେ , ମୁଖ୍ୟ ଶିକ୍ଷକ ଭୈରବ ମାଝୀ କାର୍ଯ୍ୟକ୍ରମ ପରି ଚାଳନା କରିଥିଲେ



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe