//BREAKING//
Loading...

ଦଳପତି ମହାସଭା କେନ୍ଦ୍ରୀୟ କମିଟି କାର୍ଯ୍ୟକର୍ତା ଙ୍କ ସୁରତ ବାର୍ଷିକ ସମ୍ମିଳନୀ ରେ ଯୋଗଦାନ

 ଦଳପତି ମହାସଭା କେନ୍ଦ୍ରୀୟ କମିଟି କାର୍ଯ୍ୟକର୍ତା ଙ୍କ ସୁରତ ବାର୍ଷିକ ସମ୍ମିଳନୀ ରେ ଯୋଗଦାନ : 

ବ୍ରହ୍ମପୁର ୧୪/୧ ( ସ୍ୱତନ୍ତ୍ର ନ୍ୟୁଜ଼ )ଆଜି ଗୁଜୁରାଟ ରାଜ୍ୟ ସୁରଟ ମହାନଗର ଖଟୋଦୋରା ଯୋଗୀନି ମାତା ମନ୍ଦିର କମ୍ୟୁନିଟି ହଲ ଠାରେ କେନ୍ଦ୍ରୀୟ କମିଟି କାର୍ଯ୍ୟକାରୀ ସଭାପତି ବ୍ରହ୍ମପୁର ପୂର୍ବତନ ବିଧାୟକ ଶ୍ରୀ ଶିବଶଙ୍କର ସାହାଣୀ, ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପାତ୍ର, ସମ୍ପାଦକ ମିହିର କୁମାର ରାଉତ, ପବିତ୍ର କୁମାର ନାୟକ, ଦଣ୍ଡପାଣି ପାତ୍ର, ସଦାଶିବ ମହାନ୍ତି ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ସୁରଟ ଦଳପତି ମହାସଭା ସଭାପତି ଜୟରାମ ପାତ୍ର ଙ୍କ ଅଧକ୍ଷ୍ୟତା ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l 

ସ୍ୱତନ୍ତ୍ର ନିମଂତ୍ରିତ ଅତିଥି ରୂପେ ଯୁବନେତା ଶ୍ରୀକାନ୍ତ ରାଉତ, ବିଶିଷ୍ଟ ଶିଳ୍ପପତି ଶ୍ରୀ ଅଭିମନ୍ୟୁ ଜେନା ଯୋଗ ଦେଇଥିଲେ l ସଭା ପ୍ରାରମ୍ଭ ରେ ପ୍ରଭୁ ଜଗନ୍ନାଥ ଓ ଗଜାନନ ମହାପ୍ରଭୁଙ୍କ ପାଖରେ ପୂଜାର୍ଚନା ଓ ପ୍ରଦୀପ ପ୍ରଜ୍ବଳନ ସହିତ କେନ୍ଦ୍ରୀୟ ସଭାପତି ଶ୍ରୀ ପ୍ରମୋଦ ଜେନା ଙ୍କ ସ୍ବର୍ଗତ ମାତା ପଦ୍ମାବତୀ ଜେନା ଓ ଜାତିର ଦିବଂଗତ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା l 

କାର୍ଯ୍ୟକ୍ରମ କୁ ଶ୍ରୀ ସାହାଣୀ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୂର୍ଯ୍ୟକାନ୍ତ ପାତ୍ର ମଞ୍ଚ କୁ ସମ୍ବୋଧନ କରିଥିଲେ l ସୁରଟ ମହାନଗର ରେ ବାସ କରୁଥିବା ଦଳପତି ଜାତି ସହିତ ପଛୁଆ ବର୍ଗ ଜାତି ର ଉନ୍ନତି କଳ୍ପେ ସମସ୍ତେ ମିଳିମିଶି ସଂଗଠିତ ହେବାକୁ ଯୁବନେତା ଶ୍ରୀକାନ୍ତ ରାଉତ ଓ ଶିଳ୍ପପତି ଶ୍ରୀ ଅଭିମନ୍ୟୁ ଜେନା ଉଦବୋଧନ ଦେଇଥିଲେ l 

କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବାରେ ପ୍ରଦୀପ ଦଳାଇ, ପ୍ରମୋଦ ଦଳାଇ, ଜାନକୀ ବଲ୍ଲଭ ପାତ୍ର ସହଯୋଗ କରିଥିଲେ l ସ୍ଥାନୀୟ ଶିଶୁମନ୍ଦିର ବିଦ୍ୟାର୍ଥୀନି ଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ବେଳେ ସିମାଞ୍ଚଳ ଭାଇଙ୍କ ଭଜନ ସମାରୋହ ଆୟୋଜନ କରିଥିଲେ l ଶେଷରେ ଦଳପତି ଜାତିର 2026 କ୍ୟାଲେଣ୍ଡର ଉନ୍ମୋଚନ ସହିତ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଭୋଜି ଆସରରେ ସମସ୍ତେ ଯୋଗଦାନ କରିଥିଲେ ଲ



Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe