, ବ୍ରହ୍ମପୁର ( ସ୍ୱତନ୍ତ୍ର ନ୍ୟୁଜ଼ )ଡିସେମ୍ବର ୦୭: ମଣିପାଲ ହସ୍ପିଟାଲ୍ ଭୁବନେଶ୍ଵର ଓ ପ୍ରେସ୍ କ୍ଲବ୍ ବ୍ରହ୍ମପୁରର ମିଳିତ ସହଯୋଗରେ ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ଏକ ସ୍ଵାସ୍ଥ୍ୟ ଆଲୋଚନା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ର ୧୫୦ରୁ ଅଧିକ ସଦସ୍ୟ ଭାଗ ନେଇଥିଲେ। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ଵାସ୍ଥ୍ୟ ଶିବିରକୁ ବ୍ରହ୍ମପୁର ଏସ୍ପି ଡାକ୍ତର ସରଭଣା ବିବେକ ଏମ୍ ମୁଖ୍ୟ ଅତିଥ୍ ଭାବରେ ଯୋଗ ଦେଇ ଉଦଘାଟଣ କରିଥିଲେ।
ଏହି ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ସମସ୍ତ ଅଂଶଗ୍ରହୀଙ୍କ ପାଇଁ 'ମିଡିଆ ପ୍ରିଭିଲେଜ୍ କାର୍ଡ' ମଧ୍ୟ ଲୋକାର୍ପିତ କରାଯାଇଥିଲା, ଯାହା ମାଧ୍ୟମରେ ସେମାନେ ମଣିପାଲ ହସ୍ପିଟାଲ ଭୁବନେଶ୍ବର ଠାରେ ବିଶେଷ ସ୍ଵାସ୍ଥ୍ୟ ସୁବିଧା ଓ ଡିସକାଉଣ୍ଡ ପାଇବେ। ପ୍ରେସ୍ କ୍ଲବ୍ର ଅଧ୍ୟକ୍ଷ ଶ୍ରୀ ଅଶୋକ ବ୍ରହ୍ମା ଏହି ମଣିପାଲ ହସ୍ପିଟାଲର ଏହି ପ୍ରୟାସକୁ ସ୍ବାଗତ କରି, ମିଡିଆ କର୍ମୀଙ୍କ ପାଇଁ ଏପରି ସ୍ଵାସ୍ଥ୍ୟ ଶିବିର ପାଇଁ ଧନବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଗୁରୁତ୍ବ ଉଲ୍ଲେଖ କଲେ।
ଏହି ବିଶାଳ ସ୍ଵାସ୍ଥ୍ୟ ଶିବିର ଓ ଆଲୋଚନା ଚକ୍ରରେ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ହୃଦରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରା ବିଭିନ୍ନ ହୃଦରୋଗ ଏବଂ ଆମେ କିଭଳି ନିଜ ହାର୍ଟକୁ ସୁସ୍ଥ ରଖୁପାରିବା, ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଡାଇରେକ୍ଟର ଅର୍ଥୋପେଡିକ୍ ଡାକ୍ତର ସୁନୀଲ କୁମାର ଦାଶ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ରୋବୋଟିକ୍ ନି ସର୍ଜରୀ, ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅମ୍ଳାନ ତପନ ମହାପାତ୍ର ଷ୍ଟ୍ରୋକ୍ ପରେ ଚିକିତ୍ସା ଗୋଲଡେନ୍ ଆୱାର ଏବଂ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଜତିନ କୁମାର ମାଝି ଡାଇବେଟିସ୍ ଓ ଥାଇରଏଡ୍ ରୋଗ ସମ୍ପର୍କରେ ମିଡିଆ କର୍ମୀଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟ ଅତିଥ୍ୟ ବ୍ରହ୍ମପୁର ଏସ୍ପି ଡାକ୍ତର ସରଭଣା ବିବେକ ଏମ୍ କହିଲେ, "ମଣିପାଲ ହସ୍ପିଟାଲ୍ର ଏହି ପଦକ୍ଷେପ ଅତ୍ୟନ୍ତ ସ୍ବାଗତ ଯୋଗ୍ୟ। ସମାଜକୁ ସଚେତନ କରିବା ପାଇଁ ମିଡିଆ କର୍ମୀମାନେ ନିଜ ସ୍ବାସ୍ଥ୍ୟକୁ ଅନେକ ସମୟରେ ଅବହେଳା କରିଦିଅନ୍ତି। ଏହିପରି ଶିବିର ତାଙ୍କ ପାଇଁ ନିଶ୍ଚିତ ଭାବରେ ବହୁତ ଲାଭଦାୟକ ହେବ।"
ଏହା ପରେ, ମଣିପାଲ ହସ୍ପିଟାଲ୍ କ୍ଲଷ୍ଟର ଡିରେକ୍ଟର – ସାଉଥ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର କହିଲେ,"ଆମର ଲକ୍ଷ୍ୟ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପହଞ୍ଚିବା । ଏହି ସ୍ଵାସ୍ଥ୍ୟ ଶିବିର ମାଧ୍ଯମରେ ବ୍ରହ୍ମପୁର ମିଡିଆ କମ୍ୟୁନିଟିଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଆମେ ତାଙ୍କୁ ସ୍ଵାସ୍ଥ୍ୟ ଚେତନା ଓ ଶୀଘ୍ର ରୋଗ ଚିହ୍ନଟର ପ୍ରାସଙ୍ଗିକତାକୁ ବଢ଼ାଇବା।"
ମଣିପାଲ ହସ୍ପିଟାଲ୍ ଭୁବନେଶ୍ବର ଏଭଳି ସମାଜମୁଖୀ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ମାଧ୍ୟମରେ ସମୁଦାୟ ସ୍ବାସ୍ଥ୍ୟକୁ ସୁଦୃଢ କରିବାରେ ପ୍ରତିବଦ୍ଧ। ବ୍ରହ୍ମପୁର ପ୍ରେସ୍ କ୍ଲବ୍ର ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବରେ ଆୟୋଜନ କରାଯାଇଥିଲା।










Post a Comment