//BREAKING//
Loading...

ଶହେ_ତମ_ଜନ୍ମଦିନ_ଉପଲକ୍ଷେ #ଦାନ_କରିବେ_୩_କୋଟି_୪୦_ଲକ୍ଷ....

 


ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁର ଅଞ୍ଚଳର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀ ବାଇ | ଏହି ଡିସେମ୍ବର ୫ତାରିଖ ଆସିଲେ ତାଙ୍କୁ ୧୦୦ ବର୍ଷ ପୂରଣ ହେବ | ତେବେ ନିଜ ଶହେ ତମ ଜନ୍ମଦିନ ଉପଲକ୍ଷେ ଭୁବନେଶ୍ବର ଏମସକୁ ଲକ୍ଷେ କି ଦୁଇ ଲକ୍ଷେ ନୁହେଁ, ୩ କୋଟି ୪୦ ଲକ୍ଷ ଟଙ୍କା ଦାନ କରିବେ | ଏଥିପାଇଁ ହସ୍ପିଟାଲ୍ ସହ ତାଙ୍କର ସମସ୍ତ ଆଲୋଚନା ସରିବା ପରେ କାଗଜପତ୍ର ମଧ୍ୟ ପ୍ରସ୍ତୁତ ହୋଇସାରିଛି । ପ୍ରଫେସର ଲକ୍ଷ୍ମୀ ବାଇ କଟକ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବ୍ୟାଚ୍ ଏମ୍‌ବିବିଏସ୍ ଛାତ୍ରୀ । ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ଅବସର ନେବା ପରେ ବ୍ରହ୍ମପୁର ଭାବାନଗରସ୍ଥିତ ଘରେ ରହୁଛନ୍ତି । ଆସନ୍ତା ୫ ତାରିଖରେ ସେ ଶତବାର୍ଷିକୀ ପାଳନରେ ଏହା ଘୋଷଣା କରିବେ । ଜୀବନବ୍ୟାପି ସଞ୍ଚିତ ଅର୍ଥକୁ ସ୍ୱାସ୍ଥ୍ୟସେବାରେ ଦାନ କରି ସେ ଅତ୍ୟନ୍ତ ଖୁସି । ମହିଳା କର୍କଟ ରୋଗ ଚିକିତ୍ସା ଓ ଯତ୍ନ କେନ୍ଦ୍ର କରିବାକୁ ଏହି ଟଙ୍କା ସେ ଭୁବନେଶ୍ୱର ଏମ୍‌ସକୁ ଦାନ କରିଥିବା କହିଛନ୍ତି । ସ୍ୱାସ୍ଥ୍ୟ ସେବା ପ୍ରତି ଗୁରୁଙ୍କ ବଦାନ୍ୟତା ଦେଖି ଉଭୟ ବେଶ ଖୁସି ହେବା ସହ ତାଙ୍କ ଆଦର୍ଶ ଅନେକଙ୍କୁ ଅନୁପ୍ରାଣିତ କରିବ ବୋଲି କହିଛନ୍ତି । ଡାକ୍ତର କେ. ଲକ୍ଷ୍ମୀ ବାଇ ୩୬ ବର୍ଷରୁ ଅଧିକ ସମୟ ଧରି ସରକାରୀ ସେବାରେ କାର୍ଯ୍ୟ କରିଥିଲେ | ତାଙ୍କର ସାରା ବୃତ୍ତିଗତ ଜୀବନରେ ମହିଳାଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ତାଙ୍କ ନିବେଦନ ଏବଂ ଦୟା ପାଇଁ ସେ ଜଣାଶୁଣା। ଏ ମହାନ୍ ମହିଳା ଡ଼ାକ୍ତରଙ୍କୁ କୋଟି ପ୍ରଣାମ 🙏?

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe