ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼ )ଗତକାଲି ଓଡ଼ିଶାର ଚଳଚିତ୍ର ତଥା ସଙ୍ଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗର ଙ୍କ ଅକାଳ ବିୟୋଗ ରେ ଏକ ଶୋକସଭା ବ୍ରହ୍ମପୁର ର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସ୍ୱରାଞ୍ଜଳି ର କାର୍ଯ୍ୟାଳୟ ରେ ଶ୍ରୀ ଭବାନୀ ଚରଣ ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶୋକାସଭା ରେ ବ୍ରହ୍ମପୁର ର ଅନେକ ବରିଷ୍ଠ ଓ ବିଶିଷ୍ଟ କଳାକାର ମାନେ ବିଶେଷ କରି ବ୍ରହ୍ମପୁରର ଯେଉଁ କଳାକାର ଯଂତ୍ରଶିଳ୍ପୀ ମାନେ ହ୍ୟୁମାନ ସାଗର ଙ୍କ ଅର୍କେଷ୍ଟ୍ରା ପାର୍ଟିରେ କାର୍ଯ୍ୟ କରୁଥିଲେ ସମସ୍ତେ ଯୋଗ ଦେଇ ସେହି ଅମ୍ଳାନ ପ୍ରତିଭାଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ହ୍ୟୁମାନ ସାଗର ସାଥି କଳାକାର ମାନଙ୍କ ପ୍ରତି ଯେତେ ସ୍ନେହୀ ଥିଲେ ଏବଂ ସେମାନଙ୍କୁ କିପରି ସମ୍ମାନ ଦେଉଥିଲେ ମନେ ପକାଇ ଭାବବିହ୍ୱଳ ହୋଇ ଉଠିଥିଲେ । ଇଂ ଅଭୟେନ୍ଦୁ ଶେଖର ପଟ୍ଟନାୟକ ହ୍ୟୁମାନ ସଗାରଙ୍କ ସ୍ୱଳ୍ପ ଅଵଧିରେ ପ୍ରଚଣ୍ଡ ଲୋକପ୍ରିୟତା ବିଷୟରେ ଆଲୋଚନା କରିଥିଲେ , ଏହି ଅବସରରେ ବୁନୁ ଭାଇ, ଟିକିରି, କାମା, ବୁଡୁ,ମଂଟୁ, ଦିପୁ,ବିକାଶ,ବଳରାମ ଭାଇ, ଅମିନ ମିହୀର ପାଣିଗ୍ରାହୀ ଓ ଅନ୍ୟ ମାନେ ଉପସ୍ଥିତ ରହିଥିବା ବେଳେ ସଭା ଶେଷରେ କାର୍ତ୍ତିକ ପାଣିଗ୍ରାହି ଧନ୍ୟବାଦ ପ୍ରଦାନ କରିଥିଲେ ।
ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ସ୍ୱରାଞ୍ଜଳି ର ଶ୍ରଦ୍ଧାଞ୍ଜଳି*
By: SWATANTRA NEWS
0




Post a Comment