//BREAKING//
Loading...

ଅନର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଚର୍ଚ୍ଚ ପଡ଼ିଆରେ ଅନୁଷ୍ଠିତ

 

ବ୍ରହ୍ମପୁର :-( ସ୍ୱତନ୍ତ୍ର ନ୍ୟୁଜ଼ )ଅନର୍ଜାତୀୟ ମାନବ ଅଧିକାର ପରିଷଦ ମୁମ୍ବାଇର ୧୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଚର୍ଚ୍ଚ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜୋନାଲ ବୋର୍ଡ ସଭାନେତ୍ରୀ ସୁଶ୍ରୀ ରଶ୍ମିତ କୁମାରୀ ପାଣିଗ୍ରାହିଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ଅଧିକାର ପରିଷଦର ଆବଶ୍ୟକତା, ଉପକାରିତା ଓ ସଂଯମତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। 

ଅନର୍ଜାତୀୟ ମାନବ ଅଧିକାର ପରିଷଦର ବିଭିନ୍ନ ବିଭାଗର ପଦାଧିକାରୀ ରଞ୍ଜନ କୁମାର ସାହୁ, ସନ୍ତୋଷ କୁମାର ହୋତା, ସନ୍ତୋଷୀ ସେନାପତି, ସାଇ ପ୍ରସାଦ ପରିଡା, ବିଶ୍ୱନାଥ ନାୟକ ମଞ୍ଚସିନ ଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦାନ କରିଥିଲେ।

 ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ଯଥା ସର୍ବସ୍ରୀ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ପ୍ରେସ କ୍ଲବ ସଭାପତି ଅଶୋକ ବ୍ରହ୍ମା, ଉପ ସଭାପତି ଅଭୟ ପାଢି, ପୂର୍ବତନ ସଂପାଦକ ଗୋପାଳ ପଟନାୟକ, ନାରାୟଣ ମାହାଙ୍କୁଡ଼, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସୁଦିପ ସାହୁ, ରାଜେଶ ସାହୁ, ରୁପେଶ ଓ ଅନ୍ୟାନ୍ୟ ବ୍ୟକ୍ତିତ୍ୱଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଜଳି ଓ ଇନ୍ଦୁଙ୍କ ସଂଗୀତ ଏବଂ ଛୋଟଛୋଟ ପିଲାଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନମୁଗ୍ଧ କରିଥିଲା। ଶେଷରେ ରାମକୃଷ୍ଣ ଚର୍ଚ୍ଚି ଧନ୍ୟବାଦ ଅର୍ପଣ କରିଥିଲେ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe