//BREAKING//
Loading...

ଘୁଙ୍ଗୁର ମହୋତ୍ସବରେ ସାଂସ୍କୃତିକ ନୃତ୍ୟ ମନ ମୋହିଲା

 

 ବ୍ରହ୍ମପୁର ୨୭/୧୦/୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )                                                ଗଞ୍ଜାମ କଳା ପରିଷଦ ଠାରେ ଲଳିତା କଲ୍ଟରାଲ ଏକାଡେମୀ ତରଫରୁ ଘୁଙ୍ଗୁରୁ  ମହୋତ୍ସବ ୨୦୨୫ ଆୟୋଜିତ ହୋଇଯାଇଛି । ହାଉସିଂଙ୍ଗ ବୋର୍ଡ କଲୋନୀ ଜଗନ୍ନାଥ ବିହାର ସ୍ଥିତ ଲଳିତା କଲ୍ଚରାଲ ଏକାଡେମୀ ତରଫରୁ   ଏପରି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ବିଧାୟକ କେ.ଅନିଲ କୁମାର ଯୋଗ ଦେଇଥିଲେ  ।  ଏକାଡେମୀ ର ପ୍ରତିଷ୍ଠାତ୍ରି ଭି. ଚନ୍ଦ୍ରକଳା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ନାଟ୍ୟକାର ଅନିଲ କୁମାର୍ ପାତ୍ର,ପଯ୍ୟଟନ ଭାରତ ର ସମ୍ପାଦକ ନାରାୟଣ ମହାକୁଡ, ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦିିପ କୁମାର୍ ସାହୁ ସମାଜସେବା ସୁଶାନ୍ତ ସାବତ , ଆର୍ଯ୍ୟାନ୍ ଏକାଡେମୀ ର ପରୀଚାଳିକା ମିନା ଦାସ ଓ  ଶ୍ରୀନିବାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । 

ସଭାପତି ଦ୍ବାରିକା ନାଥ, କାମେଶ୍ୱର୍ ଅବିନାଶ, ସ୍ବପ୍ନା, ରାଜା, ଅନୁରାଧା, ଅଜୟ କୁମାର, ବିନୟ, କିଶୋର ଙ୍କ ସମେତ ଏକାଡେମୀ ର ଅନ୍ୟ କର୍ମକର୍ତ୍ତା  ଉପସ୍ଥିତ ଥିଲେ । କାର୍ତ୍ତିକ  ପାଣିଗ୍ରାହି ଓ ସାଗରିକା ଆଚାର୍ଯ୍ୟ ସଂଯୋଜନା କରିଥିଲେ। ଏଠାରେ ଓଡ଼ିଶୀ, ଭାରତନାଟ୍ୟମ୍ , ସମ୍ବଲପୁରୀ, ସେମି କ୍ଲାସିକାଲ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ସେହିପରି ଲଟେରୀ ଉଠାଣ ସହ ପୁରସ୍କାର ଓ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ।




Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe