//BREAKING//
Loading...

ପଦ୍ମଶ୍ରୀ ମୋହନ ନାୟକଙ୍କ ପ୍ରତିଷ୍ଠିତ ଠାକ୍କରବାପା ଆଶ୍ରମର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୪୨ତମ ଶ୍ରାଦ୍ଧ ଦିବସ ପାଳନ।*

 


ଆଜି ୨୮.୦୯.୨୦୨୫ ( ସ୍ୱତନ୍ତ୍ର ନ୍ୟୁଜ଼ )ଶନିବାର ସକାଳ ୧୦ ଘଣ୍ଟା ସମୟରେ ନିମଖଣ୍ଡି ସ୍ଥିତ ଠାକ୍କର ବାପା ଆଶ୍ରମରେ ଓଡ଼ିଶାର ବଶିଷ୍ଠ ସ୍ବାଧୀନତା ସଂଗ୍ରାମୀ, ସମାଜ ସେବୀ ପୂର୍ବତନ ବିଧାନସଭା,ଓ ଲୋକସଭା ସଦସ୍ୟ,କ୍ୟାବିନେଟ ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତିର ଯୁଗଜନ୍ମା କର୍ମବୀର ପଦ୍ମଶ୍ରୀ ମୋହନ ନାୟନଙ୍କ ୪୨ ତମ ଶ୍ରାଦ୍ଧ ଦିବସ କୁ ବହୁ ଆଡମ୍ବର ପୁର୍ଣ୍ଣ ଭାବେ ପୁରାତନ  ଛାତ୍ରଛାତ୍ରୀ ମାନେ ପାଳନ କରିଲେ ।ସର୍ବେ ପ୍ରଥମେ ମୋହନ ନାୟନଙ୍କ  ତିଳତର୍ପଣ କରାଯାଇ ଗୀତା ଭବନ  ଠାରେ ନିରବ ପ୍ରାର୍ଥନା କରାଗଲା ଏବଂ ସମାଧି ପୀଠରେ ପୁଷ୍ପାଞ୍ଜଳି ସହ ଦ୍ୱୀପ ପ୍ରଜ୍ଵଳନ କରି ମୋହନ ନାୟନଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଗଲା ।

 ଆବାହକ ତଥା ସଭାପତି  ସୁରେନ୍ଦ୍ର ନାୟନଙ୍କ ଶୋଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଗଲା ।

ଉଧ୍ୟଘାଟକ ଶ୍ରୀଯୁକ୍ତ ଦେବଦତ୍ତ  ପଟ୍ଟନାୟକ ଅବସର ପ୍ରାପ୍ତ ସୁପରି ଟେଣ୍ଡେଣ୍ଟ ଅଫ ପାଲିସ ଓ ନିର୍ଦ୍ଦେଶକ କୀଟ ଉନିଭରସିଟି,ରାଟ୍ରପୋତି ସ୍ୱର୍ଣ୍ଣ ପଦକ ପ୍ରାପ୍ତ ୨୦୦୨,୨୦୧୦,ରାଜ୍ୟପାଳ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ୨୦୦୯ ରାଜ୍ୟ  ପୁରସ୍କୃତ ଓ ପ୍ରାଭନ୍ଦକଙ୍କ ଦ୍ଵାରା ଦ୍ୱୀପ ପ୍ରଜ୍ଵଳନ କରି ତାଙ୍କ ବକ୍ତବ୍ୟରେ ମୋହନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସମାଜରେ ଆଦର୍ଶ ଚରିତ୍ର ଗଠନ କରିବାପାଇଁ ଉପଦେଶ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ 

ମୁଖ୍ୟ ଅତିଥି  ଭାବେ ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଚ୍ଚିଦା ନନ୍ଦ ମିଶ୍ର ଏବଂ ଆଶ୍ରମର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା 'ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ମୋହନ ନାୟକ ପୁସ୍ତକଟି ଉନ୍ମୋଚନ କରାଗଲା।

ସନ୍ନମାନିତ ଅତିଥି ଶିବ ସୁନ୍ଦର ରଥ।,ଦୁଧିଷ୍ଠିର ନାୟକ,ଦୟାନନ୍ଦ ନାୟକ।ଓଡ଼ିଶାର ଅନ୍ୟାନ୍ୟ ପ୍ରାନ୍ତରରୁ ଯୋଗ ଦେଇଥିବା ପୁରାତନ ଛାତ୍ରଛାତ୍ରୀ ସର୍ବଶ୍ରୀ ସୁରଥ ପାତ୍ର,ସୁରେନ୍ଦ୍ର ନାୟକ,ଅନୁରାଧା ସାହୁ,ସନାତନ ନାୟକ,ରାଜେନ୍ଦ୍ର ନାୟକ,ଦୁର୍ଲଭ ସେଠୀ, ମହେନ୍ଦ୍ର ,ଫୋରେଶ,ଲିଙ୍ଗରାଜ ଗମାଙ୍ଗ,ନାରାୟଣ ଶବର,ବିଶ୍ଵନାଥ ନାୟକ,ଫୁଲ ମଣି,ହୀରା ସୁର ଚାନ୍ଦ।ଏତଦ୍ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ବିଜେପିର ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ତ୍ରିନାଥ ନାୟକ,ଓ କାର୍ଯ୍ୟକର୍ତା ରବିବାରି ଦାସ,ଅମର ଦାସ,ସବିତା ଦାସ,ବାସନ୍ତୀ,ମିନି,ସସ୍ମିତା,ଜୋତି, ଲିପ୍ସା,ନିରୂପମା ସହଯୋଗ କରଥିଲେ । ଶେଷରେ ସମ୍ପାଦକ ତ୍ରିନାଥ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe