ବ୍ରହ୍ମପୁର :- ( ସ୍ୱତନ୍ତ୍ର ନ୍ୟୁଜ଼ )ବ୍ରହ୍ମପୁରର ମହାନଗର ନିଗମ ଅନ୍ତର୍ଗତ ଆଗା ସାହି ସହରାଞ୍ଚଳ ସ୍ବାସ୍ଥ୍ଯ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ମଧ୍ଯମରେ ନାରୀ ମାନଙ୍କର ବିଭିନ୍ନ ରୋଗର ପରୀକ୍ଷଣ ସହ ସେହି ସମ୍ବନ୍ଧ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି।ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ମୁଖ୍ଯ ଅତିଥି ଭାବେ ଯୋଗଦାନ କରି ପ୍ରଦିପ ପ୍ରଜ୍ବଳନ ପୂର୍ବକ ଆରମ୍ଭ କରିଥିଲେ।
ଏଥିରେ ଅନ୍ୟମାନଙ୍କ ମଧ୍ଯରେ କୋରପରେଟର ବେବି ନାୟକ,ଚିତ୍ରସେନ ମହାପାତ୍ର, ସନ୍ତୋଷ କୁମାର ସେଠୀ,ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ନଳିନିକାନ୍ତ ପାଢୀ,ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଏମ ଭି ଅନୁରାଧା,ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ପବ୍ଲିକ ହେଲଥ ଅଫିସର ଶରତ କୁମାର ସାମଲ,ସିଟି ପୋଗ୍ରାମ ମେନେଜର ଲମ୍ବୋଦର ଦିଗାଲ,ଦନ୍ତ ଚିକିତ୍ସକ ଡାକ୍ତର ମାଧୁରୀ ଚୌଧୁରୀ,
ଡାକ୍ତର ଅନ୍ବେଶା ଚୌଧୁରୀ,ଶିଶୁ ବିଶେଷଜ୍ଞ ଡାକ୍ତର ପି ଗୋପାଳ ରାଓ,ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତି ମିଶ୍ର,ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏସ ମନ୍ମଥ ରାଓ,ଫିଜିଓଥେରାପି ସ୍ବୟଂ ପ୍ରଭା ପାଢୀ,ନିଊଟ୍ରସନ ବିଶେଷଜ୍ଞ ଅନ୍ନପୂର୍ଣ୍ଣା ମହାନ୍ତି,ଯୋଗ ପ୍ରଶିକ୍ଷକ ବାସନ୍ତୀ ପାତ୍ର ଓ ସମାଜସେବୀ ଅନିଲ କୁମାର ଚୌଧୁରୀ ଉପସ୍ଥିତ ରହି ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଶିବିର ଆରମ୍ଭ କରିଥିଲେ।
ମେୟର ସଂଘମିତ୍ରା ଦଳେଇଙ୍କ ସମେତ ସମସ୍ତ ଅତିଥି ନାରୀ ମାନଙ୍କର ସୁରକ୍ଷିତ ଓ ସମାଜ ଗଠନରେ ସେମାନଙ୍କ ଭୂମିକା ଓ ଆଶା, ଅଙ୍ଗନବାଡି ଓ ସ୍ବଛ ସାଥୀଙ୍କ ଭୂମିକା ଅତୂଳନୀୟ।କେବଳ ଜଣେ ନାରୀର ଦୁଃଖ ଓ ସେମାନଙ୍କର ସମସ୍ୟା ଓ ତାହାର ସମାଧାନ ସେମାନଙ୍କର ହାତରେ।ଏଣୁ ସେମାନେ ବହୁ ସଂଖ୍ୟାରେ ଆସନ୍ତା ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଚାଲୁଥିବା ଏହି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଇ ଏହାର ସୁବିଧାସୁଯୋଗ ନେବାକୁ ଅନୁରୋଧ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ ଫାର୍ମାସିଷ୍ଟ ସନାତନ ପ୍ରଧାନ,ଆକାଉଣ୍ଟାଣ୍ଟ ଶୁଭମ ରାଉଳ,lab ଟେକ୍ନିସିଅନ ସୌମ୍ୟରଞ୍ଜନ ସାହୁ,ରବି ପାତ୍ର, ମୁନା ସେଠୀ, ରଞ୍ଜନ ପାତ୍ରଙ୍କ ସମେତ ଆଶା,ଏଏନଏମ, ଅଙ୍ଗନବାଡି, ସ୍ବଛ ସାଥୀଙ୍କ ସମେତ ବହୁ ସଂଖ୍ୟକ ମହିଳା ମାନେ ମାଗଣାରେ ନିଜର ବିଭିନ୍ନ ରୋଗର ପରୀକ୍ଷା କରିବାର ସହ ଔଷଧ ଆଦି ଲାଭ କରିଥିଲେ। କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଏହି ଜନହିତକର କାର୍ଯ୍ଯ ବେଶ ପ୍ରଶଂସିତ ହେବାରେ ଲାଗୁଅଛି।






Post a Comment