ବ୍ରହ୍ମପୁର ୮/୬ ( ସ୍ୱତନ୍ତ୍ର ନ୍ୟୁଜ଼ )ଗଞ୍ଜାମ କଳା ପରିଷଦ ଠାରେ ସୃଜନୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ତରଫରୁ ରଜର ତାରକା ନାମରେ ରଜ ପର୍ବ ପାଇଁ ଆୟୋଜିତ ହୋଇଯାଇଛି । ମୁଖ୍ୟ ପରିଚାଳକା ବନ୍ଦିତା ତ୍ରୀପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମାଜସେବୀ ସୁଶାନ୍ତ ସାବତ, ଅଶୋକ ତ୍ରୀପାଠୀ,ସାମ୍ୱାଦିକ ସ୍ବାଧିନ ପାତ୍ର ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।ବିଚାରକ ରୂପେ ବ୍ରାଣ୍ଡ ଆମ୍ବାସାଡର ପୁଷ୍ପଲତା ପାଣିଗ୍ରାହୀ, ସାବନା ଦାସ, ଇସଙ୍କା ସାହୁ, ରବି ପଟ୍ଟନାୟକ, k.ରାଜl ଓ ସୁଲଚନା ପାଢ଼ୀ, ଚନ୍ଦ୍ରକଳା, ବିଷ୍ନୁପ୍ରିୟା ପଣ୍ଡା,କ. ଦୀପା,ସୁନନ୍ଦା ଚୌଧୁରୀ, ସୁଦିପ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାହ୍ନୁ ରାଉତ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ । ସନ୍ତୋଷ କୁମାର କ୍ୟାମେରା ପରିଚାଳନା କରିଥିଲେ ଓ କୁଲଦୀପ ପଣ୍ଡା, ଅବନୀ ନିର୍ଦେଶନା କରିଥିଲେ। ଏହି ଅବସରରେ ୬୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ସାମ୍ୱାଦିକ ତଥା ଗାୟକ ସୁଦୀପ କୁମାର୍ ସାହୁ ଅନୁରୂପ ଉପସ୍ଥିତ ରହି ଏକ ସଙ୍ଗୀତ ଗାନ କରି ସଭିଙ୍କୁ ଉତ୍ସାହିତ କରିଥିଲେ ।
Post a Comment