//BREAKING//
Loading...

ସାମ୍ବାଦିକଙ୍କ ମାତୃ ବିୟୋଗ

 


ବ୍ରହ୍ମପୁର,୮।୬: ( ସ୍ଵତନ୍ତ୍ର ନ୍ୟୁଜ)ବ୍ରହ୍ମପୁର ସିଟି ରିପୋର୍ଟର ପିଣ୍ଟୁ ବେହେରାଙ୍କ ମା' ପୁଷ୍ପାଞ୍ଜଳି ବେହେରାଙ୍କ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେବ ପକ୍ଷାଗାତ ଜନିତ ରୋଗରେ ପିଡ଼ିତ ଥିଲେ। ବିଭିନ୍ନ ସମୟରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଭୋରୁ ଲାଞ୍ଜିପଲ୍ଲୀ କେଶବ ନଗର ସ୍ଥିତ ବାସ ଭବନରେ ସେ ଇହଲିଳା ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ଧର୍ମପରାୟଣା, ମିଷ୍ଠାଭାସୀ ଓ ମେଳାପୀ ବ୍ୟକ୍ତିତ୍ବ ଥିଲେ। ସମସ୍ତଙ୍କୁ ସ୍ନେହରେ ଆଦରି ନେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ରିଙ୍କୁ ବେହେରା, ସାନପୁଅ ପିଣ୍ଟୁ ବେହେରା, ଝିଅ ସୋନାଲି ବେହେରା ସମେତ ଜ୍ବାଇଁ, ବୋହୁ, ନାତୀ ନାତୁଣୀ ସମସ୍ତ ସମ୍ପର୍କୀୟ ଉପସ୍ଥିତ ଥିଲେ। ଲାଞ୍ଜିପଲ୍ଲୀ ସ୍ଥିତ ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ଵାର୍ଗତ ବେହେରାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବହୁ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଶେଷଦର୍ଶନ କରିଥିଲେ। ସେହିଭଳି ସକାଳର ସିଇଓ ସୁବ୍ରତ ଦାସ, ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଶକ୍ତିଧର ରାଜଗୁର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସ୍ଵତନ୍ତ୍ର ନ୍ୟୁଜ

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe